ତୈମୁର ଅଲ୍ଲୀ ଖାନଙ୍କ ସହିତ ଡେଟରେ ଯିବାକୁ ଚାହାନ୍ତି ବଲିଉଡର ଏହି ଅଭିନେତ୍ରୀ

ବଲିଉଡର ଷ୍ଟାର କିଡ୍ ତୈମୁର ଅଲ୍ଲୀ ଖାନ ମଧ୍ୟ ଷ୍ଟାର କିଡଙ୍କ ଠାରୁ ଅଧିକ ଚର୍ଚ୍ଚାରେ ରହୁଛନ୍ତି। ଏତିକି ନୁହେଁ ଭାଇ ଇବ୍ରାହିମଙ୍କ ଠାରୁ ମଧ୍ୟ ଅଧିକ ଫ୍ୟାନ ଫଲୋଇଙ୍ଗ ତୈମୁଙ୍କର। ସେହିଭଳି ବଲିଉଡର ବହୁତ କଳାକାର ତୈମୁରଙ୍କ ଫ୍ୟାନ ଅଟନ୍ତି। ତୈମୁର ଅଲ୍ଲୀ ଖାନଙ୍କୁ ଡେଟ୍ କରିବାକୁ ଚାହୁଁଛନ୍ତି ତାପସୀ ପନ୍ନୁ।

tapsee_taimurନିକଟରେ ଏକ ଇଣ୍ଟରଭିଉରେ ଏହା କହିଛନ୍ତି ବଲିଉଡର ସୁନ୍ଦରୀ ନାୟିକା ତାପସୀ ପନ୍ନୁ। ଇଣ୍ଡଷ୍ଟ୍ରିରେ କାହାକୁ ଡେଟ୍ କରିବାକୁ ଚାହୁଁଛନ୍ତି ତାପସୀ। ଏହି ପ୍ରଶ୍ନର ଉତ୍ତରରେ ତାପସୀ କହିଥିଲେ ସେ ତୈମୁରଙ୍କୁ ଡେଟ୍ କରିବାକୁ ଚାହୁଁଛନ୍ତି। ବଲିଉଡର ସବୁଠୁ ଲୋକପ୍ରିୟ ଷ୍ଟାର କିଡ୍ ପାଲଟିଯାଇଛନ୍ତି ତୈମୁର ଅଲ୍ଲୀ ଖାନ୍। ତାଙ୍କ ଫ୍ୟାନଙ୍କ ଲିଷ୍ଟ ବେଶ୍ ଲମ୍ବା।

taimurଏହା ପ୍ରଥମ ଥର ନୁହେଁ ଅନେକ ଷ୍ଟାରଙ୍କ ପ୍ରଥମ ପସନ୍ଦ ତୈମୁର ବୋଲି ଅନେକ କହିଛନ୍ତି। ଆଉ ଏବେ ଏଥିରେ ସାମିଲ ହୋଇଛି ତାପସୀଙ୍କ ନାଁ। ତାଙ୍କ ପୂର୍ବରୁ ରଣବୀର ସିଂହ ମଧ୍ୟ ତୈମୁରଙ୍କ ସହିତ କାମ କରିବାକୁ ଚାହୁଁଛନ୍ତି ବୋଲି କହିସାରିଛନ୍ତି। ସେହିପରି ତାପସି ଏବେ ବଦ୍ଲା ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ତାପସୀ। ଫିଲ୍ମରେ ତାପସୀଙ୍କ ସହ ଅଭିନୟ କରୁଛନ୍ତି ଅମିତାଭ ବଚ୍ଚନ। ପୂର୍ବରୁ ପିଙ୍କରେ ବି ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.