Below header

୧୦ କିଲୋ ବେଆଇନ୍ ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ

ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ। କୋଲକାତା ଟାସ୍କ ଫୋର୍ସ ଦ୍ୱାରା ୧୦ କ୍ୱିଣ୍ଟାଲ ବେଆଇନ ବିସ୍ଫୋରକ ଚାଲାଣ ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି। ଗିରଫ ଦୁଇ ଜଣ ହେଲେ ବାଲେଶ୍ୱର ବସ୍ତା ଅଞ୍ଚଳର ଇନ୍ଦ୍ରଜିତ୍ ଭୋଇ ଓ ପଦ୍ମଲୋଚନ ଦେ। କୋଲକାତା ଟାସ୍କ ଫୋର୍ସ କର୍ମସିଆଲ ଯାନ ଗୁଡିକୁ ତନଖି କରୁଥିବା ବେଳେ ଚଇତିପୁରର ତାଲା ବ୍ରିଜ ନିକଟରୁ ବିସ୍ଫୋରକକୁ ଜବତ ହୋଇଛି। ଓଡିଶାରୁ ୨୪ ପ୍ରଗଣା ଜିଲ୍ଲା ଅଭିମୁଖେ ଯାଉଥିଲା ବୋଲି ସୂଚନା ମିଳିଛି। ୧୦ କ୍ୱିଣ୍ଟାଲ ପୋଟାସିୟମ୍ ନାଇଟ୍ରେଟ୍ ଥିବା ନେଇ କୋଲକାତା ପୋଲିସ ସ୍ପଷ୍ଟ କରିଛି। ଏହି ଘଟଣା ନେଇ ତଦନ୍ତ କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.