Below header

ଯାଜପୁର: ନୃତ୍ୟ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ବେଳେ ଓଲଟିଲା କାର, ଜଣେ ମୃତ ଏବଂ ୫ ଜଣ ଗୁରୁତର

ଯାଜପୁର ଟାଉନ(କେନ୍ୟୁଜ୍): କାର ଓଲଟି ଜଣେ ମୃତ ଏବଂ ୫ ଜଣ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଥାନା ଅନ୍ତର୍ଗତ କମାଗଡ଼ ଠାରେ । ସୂଚନା ଅନୁସାର ଆଜି ରାତି ପ୍ରାୟ ୮ ଟା ସମୟରେ କମାଗଡ ଠାରେ ଗାଡି ଚାଳକ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଛି । ସେମାନେ ପାଣିକୋଇଲିକୁ ଏକ ନୃତ୍ୟ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ଉପରେ ପଲଟି ଯାଇଥିଲା।

ଘଟଣା ସ୍ଥଳେ ଯାଜପୁର ଥାନା ଅଧିନ ବାଣପୁର ଗ୍ରାମର ରବିନ୍ଦ୍ର ଜେନାଙ୍କ ଝିଅ ଉର୍ମିଳା ଜେନାଙ୍କ ମୃତ୍ୟୁ ହୋଇଛି। ଅନ୍ୟ ପଟେ ଚଷାଖଣ୍ଡ ଅଂଚଳର ସାଗରିକା ପ୍ରଧାନ, ଭଦ୍ରକର ଦିପକ ନାୟକ, ଯାଜପୁର ଟାଉନ ଅଂଚଳର ମଧୁଲିକା ସାହୁ ଓ ତାଙ୍କ ଝିଅ ମୀନରବା ସାହୁ ସମେତ ଗାଡି ଚାଳକ ଆହତ ହୋଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଯାଜପୁର ପୋଲିସ ଘଟଣାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.