Below header

ଘରୋଇ କଳହରୁ ବିଷ ପିଇ ଦେଲେ ପୂରା ପରିବାର, ସ୍ତ୍ରୀ ମୃତ ସ୍ବାମୀ ପୁଅ ଗୁରୁତର

ସମ୍ବଲପୁର (କେନ୍ୟୁଜ୍) : ପାରିବାରିକ କଳହର କରୁଣ ପରିଣତି। ବିଷ ପିଇ ଜଣେ ମୃତ, ୨ ଗୁରୁତର। ସମ୍ବଲପୁର ଜିଲ୍ଲା କତରାବଗାରେ ଘରୋଇ କଳହରୁ ବିଷ ପିଇ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ସମ୍ବଲପୁର ଜିଲ୍ଲା କତରାବଗା ଥାନା ଲଏଡା ଗାଁରେ ପାରିବାରିକ କଳହକୁ କେନ୍ଦ୍ର କରି ଗତକାଲି ସ୍ୱାମୀ ସୁବେର ମହାନନ୍ଦିଆ, ସ୍ତ୍ରୀ ବୈଦେହୀ ମହାନନ୍ଦିଆ ଓ ପୁଅ ସୁଶାନ୍ତ ମହାନନ୍ଦିଆ ବିଷ ପିଇ ଦେଇଥିଲେ । ବୁର୍ଲାରେ ଚିକିତ୍ସାଧିନ ଅବସ୍ଥାରେ ସ୍ତ୍ରୀ ବୈଦେହୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଓ ପୁଅ ଚିକିତ୍ସାଧୀନ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.