ରାତି ଅଧରେ ଆସିଲା ରାଜ୍ୟପାଳଙ୍କ ନିର୍ଦ୍ଦେଶ, କାଲି ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ କମଲନାଥ

ରାତି ଅଧରେ କମଲନାଥଙ୍କୁ ଆସିଲା ରାଜ୍ୟପାଳଙ୍କ ନିର୍ଦ୍ଦେଶ । ଆସନ୍ତାକାଲି ବିଧାନସଭାରେ ସାବ୍ୟସ୍ତ କରିବାକୁ ପଡ଼ିବ ବହୁମତ । ଏହା ପରେ ରାଜ୍ୟରେ ରାଜନୈତିକ ଉଷ୍ମତା ପୁଣି ବୃଦ୍ଧି ପାଇଛି । ଗତକାଲି ରାତିରେ ରାଜଭବନ ପକ୍ଷରୁ ବହୁମତ ସାବ୍ୟସ୍ତ କରିବା ପାଇଁ କମଲନାଥଙ୍କୁ ନିର୍ଦ୍ଦେଶ ଆସିଛି । ଆସନ୍ତାକାଲିଠୁ ମଧ୍ୟପ୍ରଦେଶ ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ରାଜ୍ୟପାଳଙ୍କ ଅଭିଭାଷଣ ପରେ ଫ୍ଲୋର ଟେଷ୍ଟ କରାଯିବ । ବିଧାନସଭାର ଜଣେ ସ୍ୱତନ୍ତ୍ର ବ୍ୟକ୍ତିଙ୍କ ଦ୍ୱାରା ଭୋଟିଂରେ ରେକର୍ଡିଂ କରିବାକୁ ରାଜ୍ୟପାଳ ଲାଲଜି ଟଣ୍ଡନ ନିର୍ଦ୍ଦେଶ ଦେଇଛନ୍ତି । ଏହାରି ଭିତରେ ଜୟପୁରରେ ଥିବା କଂଗ୍ରେସ ବିଧାୟକମାନେ ମଧ୍ୟପ୍ରଦେଶ ଫେରିଛନ୍ତି । ଜୟପୁର ଏୟାରପୋର୍ଟରୁ ଭୋପାଳ ଫେରିଛନ୍ତି ବିଧାୟକ । କଂଗ୍ରେସର ୨୨ ବିଧାୟକଙ୍କ ଇସ୍ତଫା ପରେ କମଲନାଥ ସରକାରଙ୍କ ଉପରେ ସଙ୍କଟ ସୃଷ୍ଟି ହୋଇଛି । ଫ୍ଲୋର ଟେଷ୍ଟ ପାଇଁ ବିଜେପି ପୂରା ଦମ୍‌ରେ ଲାଗି ପଡ଼ିଛି । ଦଳର ବରିଷ୍ଠ ନେତା ସ୍ଥିତି ଉପରେ ନଜର ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.