Below header

ମୁହାଁମୁହିଁ ପିଟିହେଲା ବାଇକ୍‌ ଓ ସ୍କୁଟି, ଦୁର୍ଘଟଣାରେ ୫ ମୃତ ଜଣେ ଗୁରୁତର

ବାଇକ ଓ ସ୍କୁଟି ମୁହାଁମୁହି ଧକ୍କାରେ ୫ ମୃତ, ଜଣେ ଗୁରୁତର। ଗଞ୍ଜାମ ଜିଲ୍ଲା ସୋରଡା ଥାନା ପୋଡାଖାରି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ସୋରଡାରୁ ବାଇକରେ ଶ୍ରୀକାନ୍ତ ଗୌଡ଼, ମନୋଜ ଡାକୁଆ ଓ ପୂର୍ଣ୍ଣ ଗୌଡ଼ ଅସୁରବନ୍ଧ ଯାଉଥିବା ବେଳେ ବିପରୀତ ଦିଗରୁ ସ୍କୁଟିରେ ମହେନ୍ଦ୍ର ନାୟକ, ରଜନୀ ଗୌଡ଼ ଓ ଜୟନ୍ତ ବାଡତ୍ୟା ସୋରଡା ଆସୁଥିଲେ। କୌଣସି କାରଣରୁ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଥିଲା।

ଗଞ୍ଜାମ : ବାଇକ ଓ ସ୍କୁଟି ମୁହାଁମୁହି ଧକ୍କାରେ ୫ ମୃତ, ଜଣେ ଗୁରୁତର। ଗଞ୍ଜାମ ଜିଲ୍ଲା ସୋରଡା ଥାନା ପୋଡାଖାରି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ସୋରଡାରୁ ବାଇକରେ ଶ୍ରୀକାନ୍ତ ଗୌଡ଼, ମନୋଜ ଡାକୁଆ ଓ ପୂର୍ଣ୍ଣ ଗୌଡ଼ ଅସୁରବନ୍ଧ ଯାଉଥିବା ବେଳେ ବିପରୀତ ଦିଗରୁ ସ୍କୁଟିରେ ମହେନ୍ଦ୍ର ନାୟକ, ରଜନୀ ଗୌଡ଼ ଓ ଜୟନ୍ତ ବାଡତ୍ୟା ସୋରଡା ଆସୁଥିଲେ। କୌଣସି କାରଣରୁ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ପାଞ୍ଚଜଣଙ୍କ ମୃତ୍ୟୁ ହୋଇଛି। ମନୋଜ ତାଙ୍କ ସାଙ୍ଗ ବାପାଙ୍କ ଚିକିତ୍ସା ପାଇଁ ମେଡିକାଲକୁ ଯାଉଥିଲେ। ପୁଅର ମୃତ୍ୟୁ ଖବର ଶୁଣି ମନୋଜଙ୍କ ବାପା ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ମୃତ ଶ୍ରୀକାନ୍ତ ତାଙ୍କ ବାପା ମାଆଙ୍କ ଏକ ମାତ୍ର ପୁଅ ଥିଲେ। ପୁଅକୁ ହରାଇ ପରିବାର ନିସହାୟ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.