Below header

ଗାଧୋଇବାକୁ ଯାଇ ପୋଖରୀରେ ବୁଡିଗଲେ ତ୍ରିଲୋଚନ

ଘଟଗାଁ(କେନ୍ୟୁଜ): ଗାଧୋଇବାକୁ ଯାଇ ପୋଖରୀରେ ବୁଡିଗଲେ। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାନମସିଣାବିଲା ଗ୍ରାମରେ ଘଟିଛି ଏହି ଅଘଟଣ।  ପୋଖରୀରେ ବୁଡି ଗାଁର ତ୍ରିଲୋଚନ ମହାନ୍ତଙ୍କ ମୃତ୍ୟୁ ଘଟିଛି। ତ୍ରିଲୋଚନ ଗାଧୋଇବାକୁ ଯାଇଥିଲେ। ତାଙ୍କର ଅପସ୍ମାର ରୋଗ ଥିବାରୁ ଗାଧୋଇବାବେଳେ ମୂର୍ଚ୍ଛା ହୋଇ ପାଣିରେ ପଡି ବୁଡିଯାଇଥିଲେ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଘଟଗାଁ ମେଡିକାଲରେ ଭର୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଚିକିଣିଆ ଗ୍ରାମରେ ଆଡିବନ୍ଧରେ ବୁଡି ଗ୍ରାମର ବଳରାମ ନାଏକଙ୍କ ମୃତ୍ୟୁ ଘଟିଛି। ଉଭୟ ଘଟଣାରେ ପୋଲିସ୍ ଶବ ବ୍ୟବଚ୍ଛେଦ କରାଇବା ସହ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.