ବାଣ ଭିଡୁଥିବା ବେଳେ ହଠାତ୍ ହେଲା ବିସ୍ଫୋରଣ, ଦେଖୁ ଦେଖୁ ଚାଲିଗଲା ଯୁବକଙ୍କ ଜୀବନ

ଛତ୍ରପୁର(କେନ୍ୟୁଜ୍): ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ଖଲ୍ଲିକୋଟ କରଣ ସାହି ଅରବିନ୍ଦ ନଗରର ଜିତେନ୍ଦ୍ର ପ୍ରଧାନ(୩୦)। ମିଳିଥିବା ସୂଚନା ଅନୁଯାୟୀ ଗ୍ରାମରେ ରାମାୟଣ ନାଟକ ଥିବାରୁ ଜିତେନ୍ଦ୍ର ନିଜ ଘର ଛାତ ଉପରେ ଆଜି ସକାଳ ପାଖାପାଖି ସାଢେ ୭ଟାରେ ବାଣ ଭିଡୁଥିଲେ।

ସେହି ସମୟରେ ହଠାତ୍ ବାଣ ବିସ୍ଫୋରଣ ଘଟିଥିଲା। ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲରେ ଭର୍ତି କରାଯାଇଥିଲା, ହେଲେ ସେତେବେଳକୁ ସବୁକିଛି ସରିସାରିଥିଲା। ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଜାରି ରଖିଛି।