Below header

ପୁଣି ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଦୁର୍ଘଟଣା, କଏଲ ଲୋଡିଂ ସମୟରେ କଟିଲା ଶ୍ରମିକଙ୍କ ଗୋଡ

ପାରାଦୀପ(କେନ୍ୟୁଜ୍): ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ପୁଣି ଦୁର୍ଘଟଣା। କଏଲ ଲୋଡିଂ ସମୟରେ କଟିଲା ଶ୍ରମିକଙ୍କ ଗୋଡ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଶ୍ରମିକ ଜଣକ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଓସ୍ତର ଗାଁର ମନୋଜ ମଲ୍ଲିକ। ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ଶହ ଶହ ଶ୍ରମିକ କମ୍ପାନୀ ଫାଟକରେ ତାଲା ପକାଇ ଧାରଣାରେ ବସିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ବର୍ଥରେ କାର‌୍ୟ୍ୟ ସଂପୂର୍ଣ୍ଣ ବନ୍ଦ ରହିଛି। ଶ୍ରମିକ ମାନଙ୍କୁ ସୁରକ୍ଷା ସରଞ୍ଜାମ ଯୋଗାଇ ନଦେବା ଫଳରେ ବାରମ୍ବାର ଏଭଳି ଅଘଟଣ ହେଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ପାରାଦୀପ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.