ସର୍ବସାଧାରଣରେ ନିଜର ଅଶ୍ଳୀଳ ଫଟୋ ପ୍ରକାଶ ହେବା ପରେ ଇସ୍ତଫା ଦେଲେ ମହିଳା ସାଂସଦ

ଆମେରିକାର ଜଣେ ମହିଳା ସାଂସଦ ନିଜର ଅଶ୍ଳୀଳ ଫଟୋ ସର୍ବ ସାଧାରଣରେ ପ୍ରକାଶ ହେବା ପରେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । କାର୍ଲିଫର୍ନିଆର ଏହି ୩୨ ବର୍ଷୀୟ ସାଂସଦ ନେତା କେଟି ହେଲଙ୍କ ଉପରେ ଆରୋପ ଥିଲା କି ତାଙ୍କର ସେହି ସଂସଦର ଆଉ ଜଣେ ପୁରୁଷ ସହଯୋଗୀଙ୍କ ସହ ସମ୍ପର୍କ ଅଛି । ଏହା ସହ ପୂର୍ବରୁ ଆଉ ଜଣେ ମହିଳା କ୍ୟାମ୍ପେନରଙ୍କ ସହ ତାଙ୍କର ସମ୍ପର୍କ ଥିଲା । ଏହି ମାମଲାରେ କେଟିଙ୍କ ବିରୋଧରେ ହାଉସ ଅଫ ଏଥିକ୍ସ କମିଟି ତରଫରୁ ତଦନ୍ତ କରାଯାଉଛି ।

ketie hill

ଦବୀରେ ରହିଲେ ହୁଏତ ତାଙ୍କ ବିରୋଧରେ ଆହୁରି ଆରୋପ ଆସିବାର ଆଶଙ୍କା କରି ସେ ଆଗତୁରା ଏହି ପଦରୁ ରବିବାର ଇସ୍ତଫା ଦେଇଥିବା କଥା କହିଛନ୍ତି । ନିଜ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ସେ ନିଜ ଇସ୍ତପା ପତ୍ର ସେୟାର କରିଛନ୍ତି । ସୂଚନା ମୁତାବକ ଗତ ୨୦୧୮ ମସିହା ନଭେମ୍ବର ମାସରେ ତାଙ୍କର ନିର୍ବାଚନ କରାଯାଇଥିଲା । ଏକ ରିପୋର୍ଟ ଅନୁଯାୟୀ କେଟି କ୍ୟାମ୍ପେନ ଷ୍ଟାଫଙ୍କ ସହ ନିଜ ସମ୍ବନ୍ଧକୁ ସର୍ବ ସମ୍ମୁଖରେ ସ୍ୱୀକାର କରିଛନ୍ତି । କିନ୍ତୁ ନିଜ ଦଫତର ମଧ୍ୟରେ ରଖିଥିବା ସମ୍ପର୍କକୁ ସେ ଅସ୍ୱୀକାର କରିଛନ୍ତି । ଅନ୍ୟ ପକ୍ଷେ କେଟି ଙ୍କର ନିଜ ସ୍ୱାମୀଙ୍କ ସହ ବିବାହ ଛାଡପତ୍ର ମାମଲା କୋର୍ଟରେ ଚାଲିଛି । କେଟି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତିକି ହେଇଥାଇପାରେ କି ତାଙ୍କ ଦ୍ୱାରା କିଛି ଭୁଲ ହୋଇଛି ।

ଏହା ସହ ପଢନ୍ତୁ: ସାଉଦି ଆରବରୁ ଦୁଇଦିନିଆ ଗସ୍ତ ସାରି ଭାରତ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କିନ୍ତୁ ତାଙ୍କୁ ବଦନାମ କରିବା ପାଇଁ ହିଁ ତାଙ୍କ ବିରୋଧରେ ସର୍ବ ସମ୍ମୁଖରେ ଅପପ୍ରଚାର କରାଯାଉଛି । କେଟି ଆହୁରି ମଧ୍ୟ କହିଛନ୍ତିକି ତାଙ୍କ ଦୁର୍ବଳ ମୁହୂର୍ତ୍ତର ଫୋଟୋ ଉଠାଇ ସେ ଗୁଡିକୁ ସର୍ବ ସମ୍ମୁଖରେ ପ୍ରକାଶ କରି ତାଙ୍କ ବିରୋଧରେ ଏକ ରୀତିମତ ଷଡଯନ୍ତ୍ର କରାଯାଉଛି । ତାଙ୍କ ଅନୁସାରେ ଏହା ସମ୍ପୂର୍ଣ୍ଣ ଆଇନ ବିରୋଧୀ । ଏକ ବଡ ମିଡ଼ିଆ କମ୍ପାନୀ ତାଙ୍କର ଏହି ଅଶ୍ଳୀଳ ଫୋଟୋକୁ ସର୍ବ ସମ୍ମୁଖରେ ପବ୍ଲିସ କରିଥିବାରୁ ତାହା ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ଧମକ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.