Below header

ପୁଣି ନବରଙ୍ଗପୁରରେ ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା

ନବରଙ୍ଗପୁର(କେନ୍ୟୁଜ୍): ଅନ୍ଧବିଶ୍ୱାସ ନେଲା ଜୀବନ। ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା ଅଭିଯୋଗ। ନବରଙ୍ଗପୁର ପାପାଡାହାଣ୍ଡି ବ୍ଲକ ଗୁଜୁମାପଦର ଗାଁରେ ଏହି ଅମାନୁଷିକ ଘଟଣା ଘଟିଛି। ମୃତକ ତୁଳାବତୀ ସାନ୍ତା। ଗତକାଲି ରାତିରେ ତୁଳାବତୀ ଘରେ ଶୋଇଥିବାବେଳେ ସେହି ଗାଁର ଧନୁସାନ୍ତା ଓ ରାଧା ସାନ୍ତା ଘରୁ ଡାକି ନେଇ ପିଟିପିଟି ହତ୍ୟା କରିଥିଲେ। ତୁଳାବତୀଙ୍କୁ ବଞ୍ଚାଇବାକୁ ଆସି ବୋହୂ ଟିକମ ସାନ୍ତା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଗୁଣିଗାରେଡି ସନ୍ଦେହରେ ଗାଁଲୋକେ ଗତ କିଛି ଦିନ ଧରି ତୁଳାବତୀସାନ୍ତାଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ କରି ଏକ ଘରକିଆ କରିଦେଇଥିଲେ। ଏହାପରେ କିଛି ଦିନ ଧରି ଧନୁ ସାନ୍ତା ଓ ରାଧା ସାନ୍ତାଙ୍କ ପରିବାର ଲୋକଙ୍କ ଦେହ ଅସୁସ୍ଥ ରହୁଥିଲା। ଏହାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏନେଇ ପରିବାର ପକ୍ଷରୁ ମୈଦଲପୁର ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ତନାଘନା ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.