Below header

ଧାନ ବୋଝେଇ ଟ୍ରାକ୍ଟର ଓଲଟି ଜଣେ ନାବାଳକର ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

ଯାଜପୁର (କେନ୍ୟୁଜ): ଧାନ ବୋଝେଇ ଟ୍ରାକ୍ଟର ଓଲଟି ଜଣେ ନାବାଳକର ମୃତ୍ୟୁ, ଅନ୍ୟ ଜଣେ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ଜେନାପୁର ଥାନା ମହୁଳଖୋଲି ନିକଟରେ। ମୃତ ନାବାଳକ ହେଲେ ଚକ୍ରଧରପୁର ପଂଚାୟତ ନୂଆସାହି ଗ୍ରାମର ବାବୁଲି ନାୟକଙ୍କ ୧୩ବର୍ଷର ପୁଅ ଶଙ୍କର। ଅନ୍ୟଜଣେ ଆହତ ହେଲେ ସେହି ଗ୍ରାମର ବିଦ୍ୟାଧର ଦଳେଇଙ୍କ ୧୧ବର୍ଷର ପୁଅ ଶରତ।

କଳକୁ ଧାନ ପେଶା ହେବାକୁ ଯାଉଥିବା ଟ୍ରାକ୍ଟର ଉପରେ ଦୁହେଁ ବସିଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା। ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଶଙ୍କରର ମୃତ୍ୟୁ ଘଟିଥିବା ବେଳେ ଶରତକୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଜେନାପୁର ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.