ବ୍ୟବହାର କରୁଛନ୍ତି କି କେମିକାଲଯୁକ୍ତ ସିନ୍ଦୁର, ଏହି ସହଜ ଉପାୟରେ ଘରେ ପ୍ରସ୍ତୁତ କରନ୍ତୁ ହର୍ବାଲ ସିନ୍ଦୁର

ହିନ୍ଦୁ ଧର୍ମରେ ସିନ୍ଦୁରର ମହତ୍ତ୍ୱ ଢେର୍‌ ଅଧିକ। ସିନ୍ଦୁର ଜଣେ ବିବାହିତା ନାରୀର ଆଭୂଷଣ ହୋଇଥାଏ। କୌଣସି ବି ପର୍ବରେ ନାରୀ ମଥାରେ ସିନ୍ଦୁର ଲଗାଇବାକୁ ଭୁଲି ନ ଥାଏ। ଆଜିକାଲି ବଜାରରେ ଅନେକ ପ୍ରକାରର ସିନ୍ଦୁର ଉପଲବ୍ଧ ହେଲାଣି, ଯେଉଁଥିରେ ଲାଲ୍‌, କମଳା ଏବଂ ମେରୁନ୍‌ ରଙ୍ଗର ସିନ୍ଦୁର ରହିଛି। କିନ୍ତୁ ବଜାରରେ ମିଳୁଥିବା ଏହି ସବୁ କେମିକାଲଯୁକ୍ତ ସିନ୍ଦୁର ତ୍ୱଚା ଏବଂ କେଶ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହାକୁ ସିନ୍ଥିରେ ଲଗାଇଲେ କେଶ ଝଡ଼ିବାର ଯଥେଷ୍ଟ ସମ୍ଭାବନା ଥାଏ। ଏପରି କି, ଆପଣଙ୍କୁ ସଂକ୍ରମଣ ମଧ୍ୟ ହୋଇପାରେ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଚାହିଁଲେ ପ୍ରାକୃତିକ ଉପାୟରେ ଘରେ ସିନ୍ଦୁର ପ୍ରସ୍ତୁତ କରିପାରିବେ। ଆଜି ଆମେ ଆପଣଙ୍କୁ ହର୍ବାଲ ସିନ୍ଦୁର ପ୍ରସ୍ତୁତି ପ୍ରଣାଳୀ ବିଷୟରେ କହିବୁ।

ଆବଶ୍ୟକ ସାମଗ୍ରୀ

-ହଳଦୀ ୧ ଚାମଚ

-ଚୂନ ଅଧା ଚାମଚ

-ଗୋଲାପ ଜଳ ଆବଶ୍ୟକ ଅନୁସାରେ

-ଗୋଲାପ ପାଖୁଡ଼ା ୧୫ଟି

ପ୍ରସ୍ତୁତି ପ୍ରଣାଳୀ

-ସିନ୍ଦୁର ତିଆରି ପାଇଁ ପ୍ରଥମେ ଗୋଟିଏ ଗିନାରେ ୧ ଚାମଚ ହଳଦୀ ନିଅନ୍ତୁ।

-ଏଥିରେ ୧ ଚତୁର୍ଥାଂଶ ଚୂନ ପକାନ୍ତୁ।

-ପୁଣି ଆବଶ୍ୟକ ଅନୁସାରେ ଗୋଲାପ ଜଳ ଏବଂ ଗୋଲାପ ପାଖୁଡ଼ା ମିଶାନ୍ତୁ।

-ଏ ସମସ୍ତ ଜିନିଷକୁ ଭଲ ଭାବେ ମିକ୍ସ କରି ନିଅନ୍ତୁ।

-ଏବେ ଏହାର ରଙ୍ଗ ଲାଲ୍‌ ହୋଇଯିବ।

-ଧ୍ୟାନ ରଖିବେ କି, ଆପଣଙ୍କ ପେଷ୍ଟ ଶୁଖିଗଲା ପରେ ଏହା କମଳା ରଙ୍ଗର ହୋଇଯିବ।

-ପେଷ୍ଟକୁ ନରମ କରିବା ପାଇଁ ଏଥିରେ ଗୋଲାପ ଜଳ ବ୍ୟବହାର କରିବାକୁ ହେବ।

-ଘରେ ପ୍ରସ୍ତୁତ ହୋଇଥିବା ଏହି ସିନ୍ଦୁର ଲଗାଇଲେ ଆପଣଙ୍କୁ କୌଣସି ବି ପ୍ରକାର କ୍ଷତି ପହଞ୍ଚିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.