Below header

ଶିମିଳିପାଳ ଅଭୟାରଣ୍ୟ ଏବେ ମାଫିଆଙ୍କ କବଜାରେ, ଜବତ ହେଲା ୧୮ କୋଟିରୁ ଊର୍ଦ୍ଧ୍ଵ ଅଫିମ

ଶିମିଳିପାଳ ଅଭୟାରଣ୍ୟ ଏବେ ଅଫିମ ମାଫିଆ କବଜାରେ । ଶିମିଳିପାଳ ଅଭୟାରଣ୍ୟର ଏକର ଏକର ସ୍ଥାନରେ ଅଫିମ ଚାଷ ହେଉଛି । ଗତକାଲି ମୟୁରଭଞ୍ଜ ପୋଲିସ ଏବଂ ଅବକାରୀ ବିଭାଗ ବଡ଼ ଧରଣର ରେଡ଼ କରିଥିଲା ।

କରଞ୍ଜିଆ(କେନ୍ୟୁଜ): ଶିମିଳିପାଳର ନା ଶୁଣିଲା ମାତ୍ରକେ ଆପେ ଆପେ ମନକୁ ଚାଲିଆସେ ପ୍ରକୃତିର କଥା । ଘଞ୍ଚ ଜଙ୍ଗଲ ଓ ସମ୍ପୂର୍ଣ୍ଣ ପ୍ରାକୃତିକ ଶୋଭାରାଜିରେ ପରିବେଷ୍ଟିତ ଶିମିଳିପାଳ । ଭଳିକି ଭଳି ପ୍ରଜାତିର ଗଛ, ଲତା ଓ ପଶୁପକ୍ଷୀଙ୍କୁ ଦେଖିବାକୁ ମିଳେ । ଏପରିକି ଏଠାରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ମଧ୍ୟ ରହିଛି । ବର୍ଷା ଆସିଲେ ତ ଏହାର ସୌନ୍ଦର୍ଯ୍ୟ ଆହୁରି ବଢିଯାଏ । ଭଳିକି ଭଳି ଜଙ୍ଗଲି ଫୁଲର ବାସ୍ନାରେ ମହକି ଉଠେ ଏହି ଜାତୀୟ ଉଦ୍ୟାନ । ଦେଶ ତଥା ବିଦେଶରୁ ଛୁଟି ଆସନ୍ତି ପର୍ଯ୍ୟଟକ ।

ଏହାରି ଭିତରେ ଶିମିଳିପାଳ ଅଭୟାରଣ୍ୟ ଏବେ କୁଆଡେ ଅଫିମ ମାଫିଆ କବଜାରେ । ଏହି ଶିମିଳିପାଳ ଅଭୟାରଣ୍ୟର ଏକର ଏକର ସ୍ଥାନରେ ହେଉଛି ଅଫିମ ଚାଷ । ଗତକାଲି ମୟୁରଭଞ୍ଜ ପୋଲିସ ଏବଂ ଅବକାରୀ ବିଭାଗ ବଡ଼ ଧରଣର ରେଡ଼ କରିଥିଲା । ଯଶୀପୁର ପୋଲିସ୍ ଏବଂ ଅବକାରୀ ବିଭାଗ କୁ ବଡ ସଫଳତା । ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିଥିବା ଅଫିମ ଚାଷକୁ ନଷ୍ଟ କଲା ପୋଲିସ୍ ଏବଂ ଅବକାରୀ ବିଭାଗ କରଞ୍ଜିଆ SDPO ଙ୍କ ନେତୃତ୍ୱରେ ଯଶୀପୁର ପୋଲିସ୍, ଅବକାରୀ ବିଭାଗ ଓ ବନବିଭାଗର ମିଳିତ ଚଢାଉ କରିଥିଲେ ।

ବକୁଆ ଏଵଂ କୁକୁରଭୁକା ଗାଆଁରେ ଚାଷ ହୋଇଥିବା ୫ ଲକ୍ଷ ୨୫ ହଜାର ଅଫିମ ଗଛ ନଷ୍ଟ କଲା ପୋଲିସ୍ । ନଷ୍ଟ କରାଯାଇଥିବା ଅଫିମ ଗଛର ଆନୁମାନିକ ମୂଲ୍ୟ ୧୦ କୋଟି ୬୬ ଲକ୍ଷ ହେବ ବୋଲି ପ୍ରେସ ରିଲିଜ କରିଛି ପୋଲିସ । ଏନେଇ ଯଶିପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ଏନେଇ କାହାରିକୁ ଗିରଫ କରାଯାଇଛି ନାହଁ ।

ସେହିପରି ଶିମିଳିପାଳ ଅଭୟାରଣ୍ୟ ରେ ଥିବା ଯଯଗଡ଼ ରେ ୧୧ ଏକର ଚାଷ ଜମିରେ ଅଫିମ ଚାଷ ହେଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଖବର ଚଢ଼ାଉ କରିଥିଲା । ଏଥିରେ ୩ ଲକ୍ଷ୍ୟ ୮୫ ହାଜର ଅଫିମ ଗଛ ଜବତ ହେଇଛି । ଏହି ଘଟଣା କୁ କେନ୍ଦ୍ର କରି ଯଶିପୁର ଅବକାରୀ ଥାନା ରେ ଏକ ମାମଲା ରୁଜୁ ହେଇଛି । ଏହି ଅଫିମ ଗଛ ଗୁଡ଼ିକର ଆନୁମାନିକ ମୁଲ୍ୟ ୭ କୋଟି ୭୦ ଲକ୍ଷ୍ୟ ଟଙ୍କା । ତେବେ ସମୁଦାୟ ପାଖାପାଖି ୧୮ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଅଫିମ ଜବତ କରାଯାଇଥିବା କୁହାଯାଇଛି ।

ତେବେ ୨୭୫୦ ବର୍ଗମାଇଲ ପରିମିତ ଅଂଚଳ ବ୍ୟାପି ରହିଥିବା ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ ବିଭିନ୍ନ ଦୃଷ୍ଟି କୋଣରୁ ତାର ସ୍ୱତନ୍ତ୍ର ବଜାୟ ରଖିଥିବାବେଳେ, କିଭଳି ବିନା କୌଣସି ଡର ଭୟରେ ମାଫିଆମାନଙ୍କ ଏଠାରେ ରାଜ୍ ଚାଲିଛି ସେ ଦିଗରେ ଉଚିତ୍ ତଦନ୍ତ କରିବା ନିହାତୀ ଜରୁରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.