Below header

ଓଟିଇଟି ୨୦୨୧ ପରୀକ୍ଷା ପାଇଁ ତାରିଖ ହେଲା ଘୋଷଣା, ଜାଣନ୍ତୁ କେବେ ପରୀକ୍ଷା

ଭୁବନେଶ୍ୱର(କେନ୍ୟୁଜ୍‌) :  ଓଡ଼ିଶା ଟିଚରସ୍‌ ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ୨୦୨୧ ର ପରୀକ୍ଷା କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ଆସନ୍ତା ଏପ୍ରିଲ୍‌ ୯ ତାରିଖରେ ହେବ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଘୋଷଣା ହୋଇଛି ।

କାର୍ଯ୍ୟସୂଚୀ ଅନୁଯାୟୀ ପରୀକ୍ଷା ଦୁଇଟି ସିଟିଂରେ କରାଯିବ । ପ୍ରଥମ ସିଟିଂ ସକାଳ ୮ ଟାରୁ ୧୦ ଟା ୩୦ ଯାଏ ହେବାକୁ ଥିବାବେଳେ ଦ୍ୱିତୀୟ ସିଟିଂ ମଧ୍ୟାହ୍ନ ୧୨ ଟାରୁ ଅପରାହ୍ଣ ୨ଟା ୩୦ ଯାଏ କରାଯିବ ବୋଲି ଜଣାପଡ଼ିଛି ।

ଯେଉଁମାନେ ପରୀକ୍ଷା ଦେବା ପାଇଁ ଆବେଦନ କରିଛନ୍ତି ସେମାନେ ସେମାନଙ୍କର ଆଡ୍‌ମିଟ୍‌ କାର୍ଡ ୨୦୨୧ ମାର୍ଚ୍ଚ ୩୧ ତାରିଖରୁ କାର୍ଯ୍ୟାଳୟ େଓ୍ଵବ୍‌ସାଇଟ୍‌ (www.bseodisha.ac.in) ରୁ ଡାଉନ୍‌ଲୋଡ୍‌ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.