Below header

ଯିଏ ଗାଇଥିଲେ ସୁପରହିଟ୍‌ ଗୀତ ‘ଏ ପାନ ବାଲା ବାବୁ..’ ସେ ଆଉ ନାହାନ୍ତି

ଆଉ ନାହାନ୍ତି ଏ ପାନ ବାଲା ବାବୁର ଗାୟକ ଅନୀଲ ହରିପାଲ

ବଲାଙ୍ଗିର (କେନ୍ୟୁଜ୍‌) : ଆଉ ନାହାନ୍ତି ଏ ପାନ ବାଲା ବାବୁର ଗାୟକ। ଆଜି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରିନବଚନ ଗାଁର ଗାୟକ ଅନୀଲ ହରିପାଲଙ୍କ ମୃତ୍ୟୁ ଘଟିଛି । କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ତାଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗୀତିକାର ଅନୀଲ ହରିପାଲ ଆଖି ବୁଜିଛନ୍ତି ।

୯୦ ଦଶକରେ ସମ୍ବଲପୁରୀ ଗୀତ ‘ଏ ପାନ ବାଲା ବାବୁ’କୁ ନେଇ ଚର୍ଚ୍ଚାରେ ଥିଲେ ଅନୀଲ ହରପାଲ । ସେହି ସମୟରେ ଏହି ଗୀତଟି ବେଶ ଲୋକପ୍ରିୟତା ହାସଲ କରିଥିଲା । ପରେ ସେ ବିଭିନ୍ନ ଭାଷାର ଗୀତ ବି ଗାଇଥିଲେ । ଜଣେ ପ୍ରତିଷ୍ଠିତ ସମ୍ବଲପୁରୀ ଗୀତିକାର ଅନୀଲ ହରିପାଲଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.