ଗୁଜରାଟରେ ବାତ୍ୟା ବିପର୍ଯ୍ୟୟର ଲ୍ୟାଣ୍ଡଫଲ, ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଜାରି ରହିବ ପ୍ରକ୍ରିୟା

ଜଖାୟୁ ପୋର୍ଟ ନିକଟରେ ସ୍ଥଳଭାଗ ଛୁଇଁଲା । ବାତ୍ୟାର ଆଖି ଅତିକ୍ରମ କଲାବେଳକୁ ପବନର ବେଗ ୧୫୦ରୁ ୧୬୦ କିଲୋମିଟର ରହିବ । ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ବହୁଛି ପବନ । କୂଳ ଲଂଘି ମାଡ଼ି ଆସିଲା ସମୁଦ୍ର ।

କେନ୍ୟୁଜ୍(ବ୍ୟୁରୋ): ଗୁଜରାଟରେ ବାତ୍ୟା ବିପର୍ଯ୍ୟୟ କଲା ଲ୍ୟାଣ୍ଡଫଲ । ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ । ଜଖାୟୁ ପୋର୍ଟ ନିକଟରେ ସ୍ଥଳଭାଗ ଛୁଇଁଲା । ବାତ୍ୟାର ଆଖି ଅତିକ୍ରମ କଲାବେଳକୁ ପବନର ବେଗ ୧୫୦ରୁ ୧୬୦ କିଲୋମିଟର ରହିବ । ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ବହୁଛି ପବନ । କୂଳ ଲଂଘି ମାଡ଼ି ଆସିଲା ସମୁଦ୍ର ।

ବାତ୍ୟା ଉଡ଼ାଇଲା ବୁଡ଼ାଇଲା, ଭାଙ୍ଗିଲା । ୨ରୁ ୩ ମିଟର ଉଚ୍ଚରେ ଉଠିଲା ସମୁଦ୍ର ଜୁଆର । ବଡ଼ ବଡ଼ ଜୁଆରରେ ରାସ୍ତା ଉପରେ ଚାଲିଲା ସମୁଦ୍ର ପାଣି । ଉପକୂଳରେ ସୁ ସୁ ଗର୍ଜନ ଲୋକଙ୍କୁ ଥରାଉଛି । ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ବେଗରେ ବହୁଛି ପବନ । କିଛି ସ୍ଥାନରେ ଘଣ୍ଟା ପ୍ରତି ୧୫୦ କିଲୋମିଟର ପର୍ଯ୍ୟନ୍ତ ପବନ ବହୁଛି । ଗୁଜରାଟର ମାଣ୍ଡବୀ ଓ ପାକିସ୍ତାନର କରାଚୀ ମଧ୍ୟରେ ହୋଇଛି ଲ୍ୟାଣ୍ଡଫଲ ।

କଛରୁ ଦ୍ୱାରକା ପର୍ଯ୍ୟନ୍ତ ପ୍ରଳୟ ଦେଖିବାକୁ ମିଳିଛି । ବାତ୍ୟାର ବଡ଼ ପ୍ରଭାବ କଚ୍ଛ, ଦ୍ୱାରକା, ପୋରବନ୍ଦର, ଜାମନଗର, ରାଜକୋଟ, ଜୁନାଗଡ଼ ଓ ମୋରବୀରେ ଦେଖିବାକୁ ମିଳିଛି । ଏନଡିଆରଏଫର ୧୮ଟି ଟିମ୍‌ ଓ ଏସଡିଆରଏଫର ୧୨ଟି ଟିମ୍‌ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି । କୋଷ୍ଟଗାର୍ଡ ସହ ସ୍ଥଳସେନା ଓ ବାୟୁସେନା ସଜାଗ ରହିଛନ୍ତି । ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାରେ ନୌସେନାର ୧୫ ଜାହାଜ ଓ ୪ଟି ହେଲିକପ୍ଟର ପ୍ରସ୍ତୁତ ରହିଛି । ଲକ୍ଷେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ୭୬ ଟ୍ରେନ୍‌କୁ ବାତିଲ କରାଯାଇଥିଲା । ଜାମନଗର ବିମାନବନ୍ଦରରୁ ଆସନ୍ତାକାଲି ଯାଏ ବିମାନ ସେବା ବାତିଲ କରାଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.