ଟାଟା ଷ୍ଟିଲ ପ୍ଲାଣ୍ଟରେ ହୋଇଥିବା ଦୁର୍ଘଟଣାର ୮ ଜଣ ଆହତଙ୍କୁ କରାଗଲା ଏୟାର ଲିଫ୍ଟ, ଜାମସେଦପୁର ଟାଟା ହସ୍ପିଟାଲ ହେବ ଚିକିତ୍ସା

୮ ଜଣ ଆହତଙ୍କୁ କଟକର ଘରୋଇ ହସ୍ପିଟାଲରୁ ସନ୍ଧ୍ୟାରେ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟ ନିଆଯାଇଥିଲା। ସେଠାରୁ ଏୟାର ଲିପଟ ହୋଇଥିଲେ ଆହତ ମାନେ। ଅନ୍ୟ ଜଣେ ଆହତ ସୁସ୍ଥ ହେବା ପରେ ତାଙ୍କୁ କଟକର ଘରୋଇ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି।

କଟକ(କେନ୍ୟୁଜ୍): ଗତ ୧୩ ତାରିଖରେ ଢେଙ୍କାନାଳ ଜିଲ୍ଲାର ମେରାମୁଣ୍ଡଳୀ ଟାଟା ଷ୍ଟିଲ ପ୍ଲାଣ୍ଟରେ ହୋଇଥିବା ଦୁର୍ଘଟଣାର ୮ ଜଣ ଆହତଙ୍କୁ ଆଜି ଜାମସେଦପୁର ଟାଟା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏହି ୮ ଜଣ ଆହତଙ୍କୁ କଟକର ଘରୋଇ ହସ୍ପିଟାଲରୁ ସନ୍ଧ୍ୟାରେ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟ ନିଆଯାଇଥିଲା। ସେଠାରୁ ଏୟାର ଲିପଟ ହୋଇଥିଲେ ଆହତ ମାନେ। ଅନ୍ୟ ଜଣେ ଆହତ ସୁସ୍ଥ ହେବା ପରେ ତାଙ୍କୁ କଟକର ଘରୋଇ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି।

୧୯ ଜଣ ଆହତଙ୍କ ମଧ୍ୟରୁ ଏବେ କଟକର ଘରୋଇ ହସ୍ପିଟାଲରେ ୧୦ ଜଣ ଚିକିତ୍ସାଧୀନ ଅଛନ୍ତି। ୧୦ ଜଣଙ୍କ ମଧ୍ୟରୁ ୪ ଜଣ ଆଇସିୟୁରେ ଥିବା ବେଳେ ୬ ଜଣ ହାଇ ଡିପେଡେନସି ୟୁନିଟ ବା ଏଚଡିୟୁରେ ଚିକିତ୍ସିତ ହେଉଛନ୍ତି। ଜାମସେଦପୁରରେ ଟାଟା କମ୍ପାନୀର ନିଜସ୍ୱ ହସ୍ପିଟାଲ ସହିତ ସେଠାରେ ସ୍ୱତନ୍ତ୍ର ଵର୍ଣ୍ଣ ୟୁନିଟ ଥିବାରୁ ଏହି ଆହତ କର୍ମଚାରୀଙ୍କୁ ସେଠାକୁ ସ୍ଥାନାନ୍ତରିତ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.