ବାଙ୍ଗିରିପୋଷି ରାଇଆଁ ଗାଁରେ ଜଣେ ବିବାହିତ ମହିଳା ଓ ପୁରୁଷଙ୍କୁ ବାନ୍ଧି ନିସ୍ତୁକ ମାଡ଼, ଭିଡ଼ିଓ ଭାଇରାଲ

ଦୁଇ ଦିନ ହେଲାଣି ଉଭୟ ମହିଳା ଓ ପୁରୁଷଙ୍କୁ ବାନ୍ଧି ରଖିଥିବା ଭିଡିଓ ଭାଇରାଲ ହେଉଛି । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଭୁଆସୁଣୀ ପଞ୍ଚାୟତର ରାଇଆଁ ଗାଁରେ ଘଟଣା ଘଟିଥିବା ବେଳେ ଲୋକେ ଆଇନ୍‌କୁ ହାତକୁ ନେଇଛନ୍ତି ।

ମୟୁରଭଞ୍ଜ(କେନ୍ୟୁଜ୍): ଗାଁରେ କଙ୍ଗାରୁ କୋର୍ଟ । ମୟୁରଭଞ୍ଜ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ରାଇଆଁ ଗାଁରେ କଙ୍ଗାରୁ କୋର୍ଟ । ଜଣେ ବିବାହିତ ମହିଳା ଓ ପୁରୁଷଙ୍କୁ ବାନ୍ଧି ନିସ୍ତୁକ ମାଡ଼ । ଦୁଇ ଦିନ ହେଲାଣି ଉଭୟ ମହିଳା ଓ ପୁରୁଷଙ୍କୁ ବାନ୍ଧି ରଖିଥିବା ଭିଡିଓ ଭାଇରାଲ ହେଉଛି । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଭୁଆସୁଣୀ ପଞ୍ଚାୟତର ରାଇଆଁ ଗାଁରେ ଘଟଣା ଘଟିଥିବା ବେଳେ ଲୋକେ ଆଇନ୍‌କୁ ହାତକୁ ନେଇଛନ୍ତି । ମହିଳା ଜଣଙ୍କ ବିବାହିତା ହୋଇଥିବା ବେଳେ ତାଙ୍କ ଘର ରାଇଆଁ ଗାଁରେ ।

ପୁରୁଷ ଜଣକ ପାଖ ଶ୍ୟାମସୁନ୍ଦରପୁର ଗାଁର । ଗତକାଲି ଉଭୟଙ୍କୁ ଗ୍ରାମବାସୀ ଏକାଠି ଦେଖିବା ପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଥିଲା । ଗ୍ରାମବାସୀ ଉଭୟଙ୍କୁ ସର୍ବ ସମ୍ମୁଖରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଗାଁ ଲୋକ ନିଷ୍ପତ୍ତି ଅନୁସାରେ ପୋଲିସକୁ କୌଣସି ଖବର ଦିଆଯାଇନାହିଁ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.