ରଜରେ ଅଘଟଣ: ଦୁଇ ବାଇକ ମୁହାଁମୁହିଁ ଧକ୍କା, ୩ ମୃତ ୨ ଗୁରୁତର

ଆନନ୍ଦପୁର ସୀମାନ୍ତ ନରଦା ଘାଟି ନିକଟରେ ଦୁଇଟି ବାଇକ ମୁହାମୁହିଁ ଧକ୍କା ହେବା ଯୋଗୁଁ ଘଟଣାସ୍ଥଳରେ ହିଁ ୩ ଜଣକ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଆନନ୍ଦପୁର(କେନ୍ୟୁଜ୍): ରଜରେ ଅଘଟଣ । ଦୁଇ ବାଇକ ମୁହାଁମୁହିଁ ଧକ୍କା, ୩ ମୃତ ୨ ଗୁରୁତର । ଆନନ୍ଦପୁର ସୀମାନ୍ତ ନରଦା ଘାଟି ନିକଟରେ ଦୁଇଟି ବାଇକ ମୁହାମୁହିଁ ଧକ୍କା ହେବା ଯୋଗୁଁ ଘଟଣାସ୍ଥଳରେ ହିଁ ୩ ଜଣକ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗୋଟିଏ ବାଇକରେ ୪ଜଣ ବିରିଡିହାରୁ ଗାଁକୁ ଫେରୁଥିବା ସମୟରେ ଅନ୍ୟ ଜଣେ ଯଶିପୁରରୁ ଦେଇ ପଣ୍ଡୁଆ ଗାଁକୁ ଫେରୁଥିଲେ ।

ମୃତକ ହେଲେ ଆନନ୍ଦପୁର ଥାନା ପଣ୍ଡୁଆ ଗାଁର ଗଜେନ୍ଦ୍ର ନାୟକ, ମହୁଲଡିହା ଥାନା ଶାଳଚୁଆ ଗାଁର ଶୁଭ ନାୟକ ଓ ରାଜା ନାୟକ । ଦୁଇ ଗୁରୁତର ଧର୍ମେସ ନାୟକ ଓ ଅଜୟ ନାୟକଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଓ ପରେ ପରେ କଟକ ସ୍ଥାନାନ୍ତର କରାଯାଇଛି । ୩ ଜଣକ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.