Below header

ନାରାୟଣପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପାଇଁ ଦାବି, ବ୍ୟାନର ଓ ପ୍ଲାକାର୍ଡ ଧରି ୩୦ ଗାଁର ହଜାର ହଜାର ମହିଳା ପୁରୁଷଙ୍କ ପଦଯାତ୍ରା

ପାରଳାଖେମୁଣ୍ଡି(କେନ୍ୟୁଜ୍): ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ ରାଜସ୍ୱ କାର୍ଯ୍ୟାଳୟ ପାଇଁ ପଦଯାତ୍ରା । ବ୍ୟାନର ଓ ପ୍ଲାକାର୍ଡ ଧରି ୩୦ ଗାଁର ହଜାର ହଜାର ମହିଳା ପୁରୁଷ ରାୟଗଡ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି । ରାୟଗଡ ଆରଆଇ ସର୍କିଲରୁ ଗଣ୍ଡାହାତୀ ଆରଆଇ ସାର୍କିଲରେ ସମ୍ପୃତିକୁ ବିରୋଧ କରୁଛନ୍ତି ନାରାୟଣପୁର ଓ ଏସ.କରଡାସିଂ ପଞ୍ଚାୟତ ବାସିନ୍ଦା । ଦୀର୍ଘ ଦିନ ପରେ ମଧ୍ୟ ସମସ୍ୟାର ସମାଧାନ ଦିଗରେ ରାଜସ୍ୱ ବିଭାଗ କୌଣସି ପଦକ୍ଷେପ ନନେବାରୁ ପଦଯାତ୍ରା ମାଧ୍ୟମରେ ଆନ୍ଦୋଳନ କରିଛନ୍ତି ପଞ୍ଚାୟତବାସୀ ।

ଏନେଇ ଏକ ଦାବିପତ୍ର ଗଜପତି ଜିଲ୍ଲାର ଉପଜିଲ୍ଲାପାଳ ଓ ରାୟଗଡ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି । ୩ ମାସ ମଧ୍ୟରେ ସମାଧାନ ନହେଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ସରକାରଙ୍କ ରାଜସ୍ୱ ବିଭାଗକୁ ପ୍ରସ୍ତାବ ଦେବା ସହ ପ୍ରତ୍ୟେକ ସପ୍ତାହର ୩ ଦିନ ନାରାୟଣ ପୁରଠାରେ ସମସ୍ଯା ସମାଧାନ ନହେବା ଯାଏ ରାଜସ୍ୱ ନୀରିକ୍ଷକଙ୍କ କ୍ୟାମ୍ପ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.