Below header

ବୌଦ୍ଧ: ପାଉଁଶ ହୋଇଗଲା ୭ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଧାନ, କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ

ବୌଦ୍ଧ: ପାଉଁଶ ହୋଇଗଲା ୭ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଧାନ। ଫଳରେ ଚାଷୀର ବର୍ଷକ ଯାକର ପରିଶ୍ରମ ମାଟିରେ ମିଶିଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ସିନ୍ଦୁରପୁର ଗାଁର ମନୋଜ ଭୋଇ ୭ଏକର ଜମିରେ ଚାଷ କରିଥିଲେ। ଅମଳ ହେବା ପରେ ଧାନ କାଟି ଖଳାରେ ରଖିଥିଲେ। ହେଲେ ଖଳାରେ ଥିବା ୬ଟି ଯାକ ଧାନ ଗଦାରେ ନିଆଁ ଲାଗିଯାଇଥିଲା। ଫଳରେ ଜଳି ପୋଡି ପାଉଁଶ ହୋଇଯାଇଥିଲା ଲକ୍ଷ ଲକ୍ଷ ଟଙ୍କାର ଫସଲ। କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି ମନୋଜ। ଖବର ପାଇ କଣ୍ଟାମାଳ ଓ ସୋନପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଏହାପରେ କିପରି ପରିବାର ପୋଷିବେ ସେନେଇ ଚିନ୍ତାରେ ପଡିଛନ୍ତି ମନୋଜ ଓ ତାଙ୍କ ପରିବାର। କଣ୍ଟାମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.