ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅଞ୍ଚଳରୁ ତୃତୀୟ ଦିନରେ ବି ଚାଲିଛି ଉଚ୍ଛେଦ କାର୍ଯ୍ୟ, ଭଙ୍ଗାଯାଉଛି ସାନ ଛତା ମଠ

ପୁରୀ: ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅଞ୍ଚଳରୁ ତୃତୀୟ ଦିନରେ ବି ଚାଲିଛି ଉଚ୍ଛେଦ କାର୍ଯ୍ୟ । ଭଙ୍ଗାଯାଉଛି ମଙ୍ଗୁ ମଠ ଓ ସାନ ଛତା ମଠ। ପ୍ରଶାସନ ପକ୍ଷରୁ ମଙ୍ଗୁ ମଠ ଚତୁଃପାର୍ଶ୍ୱ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉଚ୍ଛେଦ କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୭ଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାଲିଛି ଉଚ୍ଛେଦ। ଉଚ୍ଛେଦ ପାଇଁ ସିଂହଦ୍ୱାରରୁ ଦୋଳମଣ୍ଡପ ସାହି ପର୍ଯ୍ୟନ୍ତ ସବୁ ରାସ୍ତା ସିଲ୍ କରାଯାଇଛି। ମଠ ମନ୍ଦିର ଗାଦି ଗୁଡିକର ପ୍ରତ୍ନତାତ୍ତ୍ୱିକ ବିଶେଷତ୍ୱ ରହୁଥିବାରୁ ସେଗୁଡିକର ପୁନଃନିର୍ମାଣ ସହ ସୌନ୍ଦର୍ଯ୍ୟକରଣ କରାଯିବ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଥିବା ୭୫ ଭାଗ ଘର ଓ ଜମିକୁ ପ୍ରଶାସନ କ୍ରୟ କରି ସାରିଥିବାବେଳେ ସେଗୁଡିକର ମଧ୍ୟ ଉଚ୍ଛେଦ କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.