Below header

ଏବେ ମାତ୍ର ତିନିଦିନରେ ହେବ ମୋବାଇଲ ନମ୍ବର ପୋର୍ଟିଂ, ଟ୍ରାଇ ଜାରିକଲା ନୋଟିସ

ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ମୋବାଇଲ ନମ୍ବର ପୋର୍ଟାବିଲିଟିକୁ ନେଇ ନୋଟିସ ଜାରି ହୋଇଛି। ଟ୍ରାଇ ପକ୍ଷରୁ ଏହି ସଂଶୋଧିତ ପ୍ରକ୍ରିୟା ଡିସେମ୍ବର ୧୬ ତାରିଖରୁ ଲାଗୁ ହେବ। ଯାହାଦ୍ୱାରା ମୋବାଇଲ ନମ୍ବର ପୋର୍ଟିଂ କରିବା ପ୍ରକ୍ରିୟା ଶୀଘ୍ର ଏବଂ ସୁଗମ ହୋଇଯିବ। ଏହି ନୋଟିସ୍‌ରେ କୁହାଯାଇଛି ଯେ, ମୋବାଇଲ ନମ୍ବର ପୋର୍ଟ କରିବା ପାଇଁ ଆଗ୍ରହ ରଖୁଥିବା ଗ୍ରାହକଙ୍କ କାମ ମାତ୍ର ତିନିଦିନ କାର୍ଯ୍ୟଦିବସରେ ହିଁ ଏହା ପୂରଣ ହୋଇଯିବ।

Trai

ଟ୍ରାଇ ପକ୍ଷରୁ ହୋଇଥିବା ନୂଆ ପ୍ରକ୍ରିୟାରେ ୟୁନିକ ପୋର୍ଟିଂ କୋର୍ଡ (ୟୁପିସି) ବ୍ୟବହାର କରାଯିବ। ନିଜ ଅଞ୍ଚଳ ଭିତରେ ମୋବାଇଲ ନମ୍ବର ପୋର୍ଟ କରିବା ପାଇଁ ତିନିଦିନ ଏବଂ ଅନ୍ୟ ଅଞ୍ଚଳରେ ଏହାକୁ କରିବା ପାଇଁ ୫ ଦିନ ଲାଗିବ। ସଂଶୋଧିତ ପ୍ରକ୍ରିୟାରେ ୟୁପିସି ସେତିକିବେଳେ ଜେନେରେଟ୍‌ ହେବ, ଯେତେବେଳେ ଗ୍ରାହକ ମୋବାଇଲ ନମ୍ବର ପୋର୍ଟ କରିବାକୁ ଯୋଗ୍ୟ ହୋଇଥିବେ। ନହେଲେ ୟୁପିସି ଜେନେରେଟ୍‌ ହେବ ନାହିଁ। ପୂର୍ବରୁ ଗ୍ରାହକଙ୍କୁ ମୋବାଇଲ ନମ୍ବର ପୋର୍ଟ କରିବା ପାଇଁ ଅତିକମ୍‌ରେ ୭ ଦିନ ଅପେକ୍ଷା କରିବାକୁ ପଡୁଥିଲା। କିନ୍ତୁ ଏହି ୟୁପିସି ମାତ୍ର ଚାରିଦିନ ପାଇଁ ବୈଧ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.