Below header

ଜଳେଶ୍ୱରରୁ ଜବତ ହେଲା ୩୧ ଲକ୍ଷ ଟଙ୍କାର ଧଳାଜହର: ଖସିଗଲା ବ୍ରାଉନସୁଗାର ମାଫିଆ, ପୋଲିସ ହାତରେ ଧରାପଡିଗଲା ମାଆ

ବାଲେଶ୍ୱର: ବାଲେଶ୍ୱର ଅଞ୍ଚଳରେ ଥମୁନି ବ୍ରାଉନ୍ ସୁଗାର କାରବାର । ଆଜି ୩୧୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ । ଜଳେଶ୍ୱର ଶାସନବାଡ ଗାଁର ଚଢାଉ କରିଥିଲା ପୋଲିସ । ଚଢାଉ ବେଳେ କୁଖ୍ୟାତ ଡ୍ରଗ୍‌ସ ମାଫିଆ ମୀର ରାହତ ଅଲ୍ଲୀ ଖାନ୍ ଓରଫ ମୁନ୍ନାଖସି ପଳାଇବାରେ ସକ୍ଷମ ହୋଇଛି । ହେଲେ ମୀର ଅଲ୍ଲୀର ମାଆକୁ ଗିରଫ କରିଛି ପୋଲିସ । ଜବତ ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ୩୧ ଲକ୍ଷରୁ ଅଧିକ ଟଙ୍କା ହେବ । ଗତକାଲି ମଧ୍ୟ ଏହି ଅଞ୍ଚଳରୁ ୭ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ ହୋଇଥିଲା । ଏହା ପରେ ଆଜି ପୋଲିସ ପୁଣି ଚଢାଉ କରିଥିଲା । କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ, ବାଲେଶ୍ୱର ପୋଲିସ ଓ ଜଳେଶ୍ୱର ଅବକାରୀ ବିଭାଗ ପକ୍ଷର ଚଢାଉ କରାଯାଇଥିଲା । ମୁନ୍ନା ନାଁରେ ରାଜ୍ୟ ଓ ବାହାରେ ୪୦ରୁ ଅଧିକ ଅପରାଧିକ ମାମଲା ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.