ରିଲିଜ୍ ପୂର୍ବରୁ ୩୫ କୋଟିର ପ୍ରଫିଟ୍ କଲା ଦବଙ୍ଗ ୩

ବଲିଉଡର ଷ୍ଟାର ସଲମାନ ଖାନ୍ ପ୍ରଥମ ତିନି ଦିନରେ କେବଳ ନିଜ ନାଁ ରେ ହିଁ ଭିଡ ଜମାଇବା ସହ ଫ୍ଯାନ୍ସମାନେ ବିନା ଫିଲ୍ମର ରିପୋର୍ଟ ନଜାଣି ଟିକେଟ କିଣି ହଲ୍ ରେ ଭିଡ ଜମାଇଛନ୍ତି। ସଲମାନଙ୍କ ଅଭିନୀତ ଫିଲ୍ମ ବିଭିନ୍ନ ରାଇଟସ ମହଙ୍ଗା ଦାମରେ ବିକ୍ରି କରିଥାନ୍ତି ଏବଂ ରିଲିଜ୍ ପୂର୍ବରୁ ତାଙ୍କ ଫିଲ୍ମ ପ୍ରଫିଟ୍ ହୋଇଥାଏ। କାରଣ ବିଭିନ୍ନ ପ୍ଲେଟଫର୍ମରେ ସଲମାନଙ୍କ ଫିଲ୍ମର ଖୁବ୍ ଚର୍ଚ୍ଚା ଦେଖିବାକୁ ମିଳିଥାଏ।

୨୦୧୯ ସମାପ୍ତ ହୋଇଆସୁଥିବା ବେଳେ ଚଳିତ ବର୍ଷର ବଡ ଫିଲ୍ମ ମଧ୍ଯରୁ ‘ଦବଙ୍ଗ ୩’ ରିଲିଜ୍ ହେବା ବାକି ରହିଛି। ୨୦ ଡିସେମ୍ବରରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମରେ ସଲମାନ ଖାନ୍, ସୋନାକ୍ଷୀ ସିନ୍ହା, ସୁଦୀପ ଏବଂ ସଇ ମଙ୍ଗେସକର ମଧ୍ଯ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।
ଦବଙ୍ଗ ସିରିଜ୍ ଖୁବ୍ ଲୋକପ୍ରିୟ ହେବା ସହ ଏଥିରେ ସଲମାନଙ୍କ ଚରିତ୍ର ଚୁଲବୁଲ ପାଣ୍ଡେ ଅଭିନୟକୁ ମଧ୍ଯ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ଦବଙ୍ଗ ୩ ର ନିର୍ଦେଶନା ଦାୟିତ୍ବ ପ୍ରଭୁଦେବା ତୁଲାଇଛନ୍ତି। ବର୍ତ୍ତମାନ ଦବଙ୍ଗ ୩ କୁ ନେଇ ଲୋକମାନଙ୍କ ମଧ୍ଯରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି। ୧୨୦ କୋଟି ଟଙ୍କାରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ଦବଙ୍ଗ ୩ ରେ ରିଲିଜ୍ ପୂର୍ବରୁ ପ୍ରଫିଟ୍ ଦେଖିବାକୁ ମିଳିଛି।

dabangg-3ରିପୋର୍ଟ ଅନୁଯାୟୀ ଫିଳ୍ମର ସ୍ଯାଟେଲାଇଟ୍ ରାଇଟସ୍ ୮୦ କୋଟି ଟଙ୍କାରେ ବିକ୍ରି କରାଯାଇଛି। ୬୦ କୋଟି ଟଙ୍କାରେ ଆମାଜନ ପ୍ରାଇମ୍ ଭିଡିଓ ଡିଜିଟାଲ ରାଇଟସ୍ ନେବା ସହ ଫିଲ୍ମର ମ୍ଯୁଜିକ୍ ରାଇଟସ୍ ୧୫ କୋଟି ଟଙ୍କାରେ କିଣାଯାଇଛି। ଏହିଭଳି ୧୫୫ କୋଟି ଟଙ୍କା ଫିଳ୍ମ ରିଲିଜ୍ ହେବା ପୂର୍ବରୁ ଆସିସାରିଛି। ଯାହା ଦ୍ବାରା ୩୫ କୋଟି ଟଙ୍କା ଲାଭ ହୋଇପାରିଛି। ବର୍ତ୍ତମାନ ସିନେମା ରିଲିଜ୍ ହେବା ପରେ ଯାହା ଆୟ ହେବା ତାହା ବାକି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.