Below header

ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରୁ ଉଚ୍ଛେଦ ପ୍ରସଙ୍ଗ: ପ୍ରଶାସନ ଓ ବ୍ୟବସାୟୀଙ୍କ ମଧ୍ୟରେ ଆଲୋଚନା ସଫଳ, କାଲିଠୁ ପୁଣି ଆରମ୍ଭ ହେବ ଅଭିଯାନ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଚ୍ଛେଦ କାର୍ଯ୍ୟ ବନ୍ଦ ପ୍ରସଙ୍ଗରେ ପ୍ରଶାସନ ଓ ବ୍ୟବସାୟୀଙ୍କ ମଧ୍ୟରେ ଆଲୋଚନା ସଫଳ ହୋଇଛି। ଆସନ୍ତାକାଲିଠୁ ପୁଣି ଆରମ୍ଭ ହେବ ଉଛେଦ ଅଭିଯାନ। ଛୋଟ ଛୋଟ ବ୍ୟବସାୟୀ ମାନଙ୍କୁ ପ୍ରଥମେ ଥଇଥାନ କରାଯିବ। ସେହିଭଳି ଅନ୍ୟ ବଡ ବ୍ୟବସାୟୀଙ୍କୁ ବର୍ଷକ ମଧ୍ୟରେ କ୍ଷତିପୂରଣ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। BMC ଅଫିସରେ କମିଶନରଙ୍କ ସହ ବ୍ୟବସାୟୀ ସଂଘର ବୈଠକ ବସିଥିଲା।

ଗତକାଲି ବ୍ୟବସାୟୀଙ୍କ ବିରୋଧ ଯୋଗୁଁ ଜବରଦଖଲ ଉଛେଦ କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା। ସେମାନେ ପ୍ରଥମେ ଥଇଥାନ ଓ ପରେ ଉଛେଦ ପାଇଁ ଦାବି କରିଥିଲେ । ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରୁ ୭୫ ମିଟର ଯାଏ ଉଚ୍ଛେଦ କରାଯାଉଛି । ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହର ଗଢ଼ି ତୋଳିବାକୁ ରାଜ୍ୟ ସରକାର ଘୋଷଣା କରିବା ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ସାଢେ ୮କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.