ପର୍ବତାରୋହଣ କରିବେ ଗଜପତି ଏସ୍‌ପି ସାରା ଶର୍ମା, ପତାକା ଦେଖାଇ ଯାତ୍ରାର କରାଗଲା ଶୁଭାରମ୍ଭ

ଗଜପତି : ପୁଣି ଚର୍ଚ୍ଚାରେ ଗଜପତି ଏସ୍‌ପି। ପର୍ବତାରୋହଣ କରିବେ ଗଜପତି ଏସ୍‌ପି ସାରା ଶର୍ମା। ଅନ୍ତର୍ଜାତୀୟ ପର୍ବତ ଆରୋହଣ ଦିବସ ଉପଲକ୍ଷେ ସାରା ଶର୍ମା ଏହି ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରାଯାଇଛି। ଏହାପରେ ମହେନ୍ଦ୍ରଗିରି ଅଭିମୁଖେ ପର୍ବତ ଆରୋହଣ ଯାତ୍ରା ଆରମ୍ଭ କରିଛନ୍ତି ଏସ୍‌ପି ସାରା ଶର୍ମା। ପର୍ବତ ଆରୋହୀ ଯୋଗବ୍ୟାସ ଭୋଇ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.