ଘନ କୁହୁଡି ହେଲା କାଳ: ଓଲଟିଲା କନ୍ୟାଯାତ୍ରୀ ବସ୍‌, ୨୮ ଆହତ

ଗଜପତି(କେନ୍ଯୁଜ୍):  ଓଲଟିଲା କନ୍ୟାଯାତ୍ରୀ ବସ୍‌, ୨୮ ଆହତ। ରାୟଗଡ଼ ଥାନା ଅନ୍ତର୍ଗତ ସେବକପୁରଠାରେ କନ୍ୟା ଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋଲସରା ଥାନା ବାଲିପଦର ଗାଁରୁ ଚିକମିକ୍‌ ନାମକ ଏକ ଘରୋଇ ବସ୍‌ କନ୍ୟା ଯାତ୍ରୀଙ୍କୁ ନେଇ ଆସିଥିଲା।

ସେବକପୁରଠାରେ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡିଥିଲା। ଦୁର୍ଘଟଣାରେ ୨୮ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.