Below header

‘ଆଜାଦ୍ କି ଅମୃତ ମହୋତ୍ସବ’ ଅବସରରେ ପଟିଆ ବ୍ରହ୍ମାକୁମାରୀ ସେବା କେନ୍ଦ୍ରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର (କେନ୍ୟୁଜ୍‌) : ୭୫ ବର୍ଷ ‘ଆଜାଦ୍ କି ଅମୃତ ମହୋତ୍ସବ’ ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟାଳୟ, ରାଜସ୍ଥାନ ମାଉଣ୍ଟଆବୁରୁ ବରିଷ୍ଠ ରାଜଯୋଗୀମାନେ ଭୁବନେଶ୍ୱର ଆସିଥିଲେ । ବରିଷ୍ଠ ରାଜଯୋଗୀ ବ୍ରହ୍ମାକୁମାର ସୁରଜ, ରାଜଯୋଗିନୀ ବ୍ରହ୍ମାକୁମାରୀ ଗୀତା ପଟିଆ ସେବା କେନ୍ଦ୍ରରେ ପହଞ୍ଚିଥିଲେ । ସେଠାରେ ସେମାନଙ୍କୁ ବ୍ରହ୍ମାକୁମାରୀ ଗୋଲାପ ସ୍ୱାଗତ ସମ୍ବର୍ନ୍ଧନା ଜଣାଇଥିଲେ । ଭୁବନେଶ୍ୱର ଉପକ୍ଷେତ୍ର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଲୀନାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ବରିଷ୍ଠ ରାଜଯୋଗୀ ବ୍ରହ୍ମାକୁମାର ସୂରଜ ରାଜଯୋଗ ଦ୍ୱାରା ମୂଲ୍ୟନିଷ୍ଠ ସମାଜ ଗଠନ କରିବା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜଯୋଗିନୀ ବ୍ରହ୍ମାକୁମାରୀ ଗୀତା ବର୍ତ୍ତମାନ କରୋନା ସମୟରେ ରାଜଯୋଗ ଦ୍ୱାରା କିପରି ନିଜକୁ ସୁସ୍ଥ ଓ ସୁରକ୍ଷିତ ରଖିପାରିବା ସେ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । ଶେଷରେ ରାଜଯୋଗିନୀ ବ୍ରହ୍ମାକୁମାରୀ ଲୀନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.