ଭାରତର ଏହି ଗାଁରେ ଲୋକେ ଇଂଲିଶ ଶବ୍ଦରେ ରଖି ଥାଆନ୍ତି ପିଲାଙ୍କ ନାମ! ପଚାରିଲେ କୁହନ୍ତି, ‘ଆମେ ଅର୍ଥ ବୁଝୁନା, ରହିଛି ଭଲ ପାଇବା’

କୁହନ୍ତି, କୌଣସି ବି ବ୍ୟକ୍ତି ପାଇଁ ତା’ର ନାମ ତା’ ପରିଚୟର ପ୍ରଥମ ସଙ୍କେତ ହୋଇଥାଏ। ଏଥିପାଇଁ ମାଆ, ବାପାମାନେ ବହୁତ ଭାବିଚିନ୍ତି ନିଜ ପିଲାମାନଙ୍କର ନାମ ଦେଇ ଥାଆନ୍ତି। ପିଲାଙ୍କ ନାମକରଣ ପୂର୍ବରୁ ପ୍ରତ୍ୟେକ ମାଆ, ବାପା କିଛି ଟିପ୍ସ ମଧ୍ୟ ଫଲୋ କରନ୍ତି, ଯେପରି ପିଲାଙ୍କ ନାମ ୟୁନିକ୍‌ ହୋଇଥିବ, ପୂର୍ବରୁ କମ୍‌ ଶୁଣିବାକୁ ମିଳିଥିବ, ଯାହାର ଅର୍ଥ ଅତି ସୁନ୍ଦର ହୋଇଥିବ ଇତ୍ୟାଦି। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଭାରତରେ ଏମିତି ଏକ ଗାଁ ଅଛି, ଯେଉଁଠିକାର ଲୋକେ ନିଜ ପିଲାମାନଙ୍କର ନାମ ଇଂଲିଶ ଶବ୍ଦରେ ରଖି ଥାଆନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏଠାରେ ପିଲାଙ୍କ ନାମକରଣ ପୂର୍ବରୁ କେବଳ ଏତିକି ଦେଖାଯାଏ ଯେ ନାମ ଇଂଲିଶ ଶବ୍ଦରେ ହୋଇଥିବା ଦରକାର ଏବଂ ଗାଁରେ ଆଉ କାହାର ଏମିତି ନାମ ନ ଥିବା ଦରକାର।

ଭାରତରେ ଏହି ଗାଁ ରହିଛି ମେଘାଳୟର ଖାସି ହିଲ୍ସ ଜିଲାରେ। ଗାଁର ନାଁ ଉମନିଉ-ତମର ଏଲାକା। ଏଠାରେ ଲୋକେ ନିଜ ପିଲାମାନଙ୍କର ନାମ ଏପରି ରଖି ଥାଆନ୍ତି ଯେ ଯାହାକୁ ଶୁଣିଲେ ଆପଣମାନେ ହସି ହସି ବେଦମ୍‌ ହେବେ। ପିଲାମାନଙ୍କର ନାମ ଏତେ ଆଶ୍ଚର୍ଯ୍ୟଜନକ ଯେ କେହି କେହି ସହଜରେ ବିଶ୍ୱାସ କରି ପାରନ୍ତି ନାହିଁ।

ଲୋକଙ୍କୁ ଆସେ ନାହିଁ ଇଂଲିଶ

ଏହି ଗାଁରେ ଲୋକମାନଙ୍କ ନାମ ବଡ଼ ଅଜବ ଧରଣର। ଲୋକେ ଏଠି ଇଟାଲୀ, ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ଫ୍ରାନ୍ସ, ଆମେରିକା ଭଳି ଦେଶର ନାମରେ ଜଣାଯାଇ ଥାଆନ୍ତି। ଏହା ପଛରେ ଗୋଟିଏ ମାତ୍ର କାରଣ ହେଉଛି, ବାସ୍‌ ଏଠାକାର ଲୋକେ ଇଂଲିଶ ଶବ୍ଦକୁ ବହୁତ ଭଲପାଇ ଥାଆନ୍ତି। ଏହି କାରଣରୁ ଯାହା ମନରେ ଯେଉଁ ଇଂଲିଶ ଶବ୍ଦ ଜୁଟେ, ସେ ସେହି ନାମରେ ପିଲାର ନାମକରଣ କରିଦିଏ। ଅର୍ଥ ବୁଝିବା କିଛି ଦରକାର ନାହିଁ। ଗାଁର ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଏଠାରେ କୌଣସି ବି ଲୋକକୁ ଇଂଲିଶ ଆସେ ନାହିଁ। କିଛି ଲୋକ ନିଜ ପିଲାଙ୍କ ନାମ ସମ୍ପୂର୍ଣ୍ଣ ଭାବେ ନେଗେଟିଭ୍‌ ଅର୍ଥଯୁକ୍ତ ଇଂଲିଶ ଶବ୍ଦ ଅନୁସାରେ ହିଁ ରଖି ଦେଇଥାଆନ୍ତି। କାହିଁକିନା, ଇଂଲିଶ ଆସୁ ନ ଥିବାରୁ କେଉଁ ଶବ୍ଦର କେଉଁ ଅର୍ଥ ସେମାନଙ୍କୁ ଜଣା ନ ଥାଏ। ସ୍ୟାଡ୍‌ଲି, ଲୋନଲିନେସ୍‌, ଆଙ୍ଗ୍ରି ବାର୍ଡ ଭଳି କେତେକ ନେଗେଟିଭ୍‌ ଅର୍ଥଯୁକ୍ତ ଶବ୍ଦରେ ପିଲାଙ୍କ ନାମ ରଖା ଯାଇଛି, ଯାହାକି ଶୁଣିବାରେ ବେଶ୍‌ ମଜାଦାର ଲାଗିଥାଏ। ଏଥି ସହିତ କିଛି ଲୋକ ନିଜର ପ୍ରକୃତ ନାମକୁ ଇଂଲିଶ ଶବ୍ଦରେ ମଧ୍ୟ ରୂପାନ୍ତରିତ କରି ଦେଇଛନ୍ତି। କହି ରଖୁଛୁ କି, ବାଂଲାଦେଶ ସୀମା ସଂଲଗ୍ନ ଏହି ଗାଁରେ ୮୫୦ ପୁରୁଷ ଏବଂ ୯୧୬ ମହିଳା ବସବାସ କରୁଛନ୍ତି। କିନ୍ତୁ ଏହି ଗାଁ ନାମକରଣକୁ ନେଇ ସାରା ବିଶ୍ୱରେ ପ୍ରସିଦ୍ଧ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.