Below header

ଗଞ୍ଜାମ: ଚିକିତ୍ସା ଅବେହେଳାରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ଗଞ୍ଜାମ(କେନ୍ୟୁଜ୍): ଚିକିତ୍ସା ଅବେହେଳାରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ। ପ୍ରତିବାଦରେ ରାସ୍ତା ଉପରେ ମୃତଦେହ ରଖି ଅବରୋଧ। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଗୋବରା ଡାକ୍ତରଖାନାରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନଥିବା ଅଭିଯୋଗ ହୋଇଛି। ବିରିପୁର ଗାଁର ଗଙ୍ଗାଧର ବିଶ୍ୱାଳଙ୍କୁ ଚିକିତ୍ସା ପାଇଁ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ଅନୁପସ୍ଥିତ ଥିବାରୁ ମେଡିକାଲ କର୍ମଚାରୀମାନେ ତାଙ୍କୁ ଫେରାଇ ଦେଇଥିଲେ। ସେଠାରୁ ଭଂଜନଗର ଡାକ୍ତରଖାନା ନେବା ବାଟରେ ଗଙ୍ଗାଧରଙ୍କ ମୃତ୍ୟୁ ହୋଇଥିଲା। ଫଳରେ ଗାଁଲୋକେ ରାସ୍ତା ଉପରେ ମୃତଦେହ ଧରି ଟାୟାର ଜାଳି ରାସ୍ତାରୋକ କରିଥିଲେ। ରାତି ପ୍ରାୟ ୨ଟା ଦୁଇ ଘଣ୍ଟା ଧରି ରାସ୍ତାରୋକ ଚାଲିବାରୁ ବ୍ରହ୍ମପୁର-ଫୁଲବାଣୀ ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଗାଙ୍ଗପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାରୁ ରାସ୍ତା ଅବରୋଧ ହଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.