Below header

ଦୁଇଟି ଜିଲ୍ଲାରୁ ଦୁଇଜଣ ଡାକ୍ତର ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଖାଇଲେ ମାଡ, ଜାଣନ୍ତୁ ଏହାପଛର କାରଣ

ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳା ଅଭିଯୋଗ ଆଣି ରୋଗୀଙ୍କ ସମ୍ପର୍କୀୟ ଡାକ୍ତରକୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି।

ବଲାଙ୍ଗିର (କେନ୍ୟୁଜ) : କାନ୍ଦୁଛନ୍ତି ପରିବାର । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । କୋହକୁ ସମ୍ଭାଳି ପାରୁନାହାଁନ୍ତି, ହସ୍ପିଟାଲ ନେଇଥିଲେ ଭଲ କରିବା ପାଇଁ । କିନ୍ତୁ ମୃତ ହେଇ ଫେରିଲା । ଯାହାପରେ ଡାକ୍ତରଙ୍କ ସବୁ ଦୋଷ ବୋଲି କହୁଛନ୍ତି ପରିବାର । କାହିଁକିନା ପରିବାର ତରଫରୁ ସବୁ କିଛି ଠିକ୍‌ ସମୟରେ କରାଯାଇଥିଲା କିନ୍ତୁ ଡାକ୍ତର କରିଦେଲେ ବିଳମ୍ବ । ଯାହାପରେ ମୃତ୍ୟୁ ହୋଇଗଲା ନିକୁଙ୍କର । ଆଉ ତାପରେ ଦୃଶ୍ୟ ଆଜ୍ଞା ଆପଣଙ୍କ ସାମ୍ନାରେ । ରୋଗୀଙ୍କ ସମ୍ପର୍କୀୟ ଓ ଡାକ୍ତରଙ୍କ ମଧ୍ୟରେ ପାଟିତୁଣ୍ଡ ଟଣାଭିଡା ହୋହାଲ୍ଲା ।

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳା ଅଭିଯୋଗ ଆଣି ରୋଗୀଙ୍କ ସମ୍ପର୍କୀୟ ଡାକ୍ତରକୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ସହର କନ୍ଧପାଲିପଡ଼ାର ନିକୁ ବାରିକ ଗତକାଲି ରାତିରେଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ। ନିକୁଙ୍କୁ ରକ୍ତ ଆବଶ୍ୟକ ବୋଲି ସମ୍ପର୍କୀୟଙ୍କୁ କୁହାଯାଇଥିଲା। ନିକୁଙ୍କ ସମ୍ପର୍କୀୟ ରକ୍ତ ଆଣି ୩ ଘଣ୍ଟା ଧରି ଅପେକ୍ଷା କରିଥିଲେ। ହେଲେ ନିକୁଙ୍କୁ ରକ୍ତ ଦିଆଯିବାରେ ବିଳମ୍ବ ହୋଇଥିଲା। ଶେଷରେ ନିକୁଙ୍କର ମୃତ୍ୟୁ ଘଟିଥିଲା।

ଚିକିତ୍ସାରେ ଅବହେଳାରୁ ନିକୁଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ହସପିଟାଲରେ ଉତ୍ତେଜନା ଦେଖାଦେଇଥିଲା। ଡ୍ୟୁଟିରେ ଥିବା ଡାକ୍ତର ମଦ ପିଇଥିବା ଅଭିଯୋଗ କରି ନିସ୍ତୁକ ମାଡ ମାରିଥିଲେ ରୋଗୀଙ୍କ ସମ୍ପର୍କୀୟ। ହସପିଟାଲର ସିକ୍ୟୁରିଟି ମାନେ ବହୁ କଷ୍ଟରେ ଡାକ୍ତରଙ୍କୁ ଉଦ୍ଧାର କରିଥିଲେ। ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି। ।

ସେହିପରି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୂଖ୍ୟ ଚିକିତ୍ସା କେନ୍ଦ୍ରରେ ମଧ୍ୟ ତୁମୁଲକାଣ୍ଡ । ତୁହାକୁ ତୁହା ମାଡ ପରେ ମାଡ, ପାହାର ପରେ ପାହାର ମାଡ ଖାଇଲେ କାର୍ଯ୍ୟରତ ଡାକ୍ତର ରସ୍ମୀରଞ୍ଜନ ମିଶ୍ର । ପ୍ରଥମେ ହାତ ପରେ ଜୋତାରେ ନନ୍‌ଷ୍ଟପ ମାଡ ଖାଇଲେ ଡାକ୍ତର ମିଶ୍ର । ମାଡ ମାରିଥିବା ମହିଳା ଜଣକ ହେଉଛନ୍ତି ସୁଜ୍ଞାନୀ ଗମାଙ୍ଗ । ୨୦୨୩ ଫେବୁଆରୀ ମାସରେ ସୁଜ୍ଞାନୀ ଗମାଙ୍ଗଙ୍କ ଝିଅ ସୌଦାମୀନି ରଇତଙ୍କ ମୃତ୍ୟୁ ହୋଇଥିଲା । ସୌଦାମୀନି ଜେଏନଭି ପାରଳାଖେମୁଣ୍ଡିରେ ପାଠ ପଢୁଥିଲେ । ସୌଦାମୀନିଙ୍କ ମୁତ୍ୟୁର ତଦନ୍ତ ପ୍ରଥମେ ପାରଳାଖେମୁଣ୍ଡି ପୋଲିସ ପରେ କ୍ରାଇମବ୍ରା ହାତକୁ ନେଇଥିଲା ।

କିନ୍ତୁ ଆଜି ସୌଦାମିନିଙ୍କ ମା ସୁଜ୍ଞାନି ଜଣେ ରୋଗୀ ଭାବେ ପାରଳାଖେମୁଣ୍ଡି ଜିଲ୍ଲା ମୂଖ୍ୟ ତିକିତ୍ସାଳୟକୁ ଜାଇ ଧାଡିରେ ପ୍ରଥମେ ଜଗିଲେ ପରେ ତାଙ୍କ ନମ୍ବର ଆସିଥିଲା ଡ୍ୟୁଟିରେ କର୍ଣ୍ଣ,ନାସା ଓ ଗଳା ବିଶେସଜ୍ଞ ଡାକ୍ତର ରସ୍ମୀରଞ୍ଜନଙ୍କୁ ନିଜ ଝିଅର ଶବବ୍ୟବଛେଦ ରିପୋର୍ଟ ଦେଖାଇ ବିଭିନ୍ନ ପ୍ରଶ୍ନ କରିଥିଲେ । ପରେ ସେ ହଠାତ୍ ନିଜେ ପିନ୍ଦିଥିବା ଜୋତା ବାହାର କରି ମାଡ ଉପରେ ମାଡ ମାରିଥିଲେ । ତେବେ ପରେ ଡାକ୍ତର ଜଣକ ମଧ୍ୟ ନିଜକୁ ରକ୍ଷା କରିବାକୁ ଜାଇ ପ୍ରତିରୋଧ କରିଥିବା ଭକ୍ଟକ୍ସରଆଲରେ ଦେଖିବାକୁ ମିଳୁଛି । ଏପରିକି ଅନ୍ୟକିଛି ଡାକ୍ତର ଓ ସିକୁରିଟି ଗାଡ ଆସି ସେଠାରୁ ଡାକ୍ତଙ୍କୁ ଉଦ୍ଦାର କରିଥିଲେ । ସେପଟେ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ ପାରଳାଖେମୁଣ୍ଡି ପୋଲିସକୁ ସୂଚନା ଦେଇଥିବା ବେଳେ ମାଡ ଖାଇଥିବା ଡାକ୍ତର ଓ ହସ୍ପିଟାଲ କର୍ତ୍ତୃପକ୍ଷ ସୌଦାମନିଙ୍କ ମାଁ ନିଜ ସାଥେ କିଛି ଲୋକଙ୍କୁ ଆଣି ମାଡ ମାରିଥିବା ଅଭିଯୋଗ କରିଥିବା ବେଳେ । ସୌଦାମିନିର ଶବ ବ୍ୟବଛେଦ ସଠିକ ରିପୋର୍ଟ ହୋଇନାହିଁ ପୁଣି ଥରେ ଶବବ୍ୟବଛେଦ କରାଯାଉ ବୋଲି ସୁଜ୍ଞାନି ସୌଦାମିନିଙ୍କ ମାଁ ଦାବୀ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.