ଡାକ୍ତରଙ୍କ ପାଇଁ ଲାଗୁ ହେଲା କଡ଼ା ନିୟମ, ୨ ବର୍ଷ ବଣ୍ଡ ଅବଧି ପୁରଣ ନକଲେ ଡବଲ ଜରିମାନା

ଡ଼ାକ୍ତରଙ୍କ ପାଇଁ ଆସିଲା ନୂଆ ନିର୍ଦ୍ଦେଶନାମା । ଏଣିକି ସରକାରୀ ମେଡିକାଲରେ ପଢ଼ୁଥିବା ଡାକ୍ତରୀ ଛାତ୍ର ଅତି କମରେ ୨ ବର୍ଷ କାମ କରିବାକୁ ପଡିବ । ନହେଲେ ଗଣିବେ ଡବଲ ଫାଇନ । ଏମିତି ନିୟମ ଆଣିଛନ୍ତି ରାଜ୍ୟ ସରକାର ।

କେନ୍ୟୁଜ(ବ୍ୟୁରୋ): ଡ଼ାକ୍ତରଙ୍କ ପାଇଁ ଆସିଲା ନୂଆ ନିର୍ଦ୍ଦେଶନାମା । ଏଣିକି ସରକାରୀ ମେଡିକାଲରେ ପଢ଼ୁଥିବା ଡାକ୍ତରୀ ଛାତ୍ର ଅତି କମରେ ୨ ବର୍ଷ କାମ କରିବାକୁ ପଡିବ । ନହେଲେ ଗଣିବେ ଡବଲ ଫାଇନ । ଏମିତି ନିୟମ ଆଣିଛନ୍ତି ରାଜ୍ୟ ସରକାର । ଡାକ୍ତରୀ ଛାତ୍ର ରାଜ୍ୟ ସରକାରଙ୍କ ଅଧୀନରେ ୨ ବର୍ଷର ବଣ୍ଡ୍ ଅବଧି ପୂରଣ ନକଲେ ଦେବାକୁ ହେବ ଦୁଇଗୁଣା ଜରିମାନା। ରାଜ୍ୟର ସରକାରୀ ମେଡିକାଲ୍ କଲେଜ କିମ୍ବା ଡେଣ୍ଟାଲ୍ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ବଣ୍ଡ ନିୟମରେ ରାଜ୍ୟ ସରକାର ପରିବର୍ତ୍ତନ ଆଣିଛନ୍ତି ।

୨ ବର୍ଷର ବଣ୍ଡ ଅବଧି ପୂରଣ ନକଲେ ଛାତ୍ରଛାତ୍ରୀଙ୍କୁ ମିଳିଥିବା ଷ୍ଟାଇପେଣ୍ଡ କିମ୍ବା ଦରମାର ଦୁଇଗୁଣା ଜରିମାନା ଦେବାକୁ ପଡ଼ିବ। ରାଜ୍ୟରେ ଡାକ୍ତରଙ୍କ ଅଭାବକୁ ଦୃଷ୍ଟିରେ ରଖି ସରକାର ଏପରି କଡ଼ା ନିୟମ ଆଣିଛନ୍ତି । କାରଣ ସରକାରୀ ଅର୍ଥରେ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଳେଜରେ ପଢୁଥିବା ଛାତ୍ରଛାତ୍ରୀ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁନାହାଁନ୍ତି । ଭଲ ଅର୍ଥରେ ଅନ୍ୟତ୍ର କାମ କରୁଛନ୍ତି କିମ୍ବା ବାହାର ଦେଶକୁ ଚାଲିଯାଉଛନ୍ତି । ତେଣୁ ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ନିୟମରେ ପରିବର୍ତ୍ତନ କରାଯାଇଛି।

ଓଡ଼ିଶା କ୍ଲିନିକାଲ୍ ଏଷ୍ଟାବ୍ଲିସ୍ମେଣ୍ଟ ଆଇନ ଅନୁଯାୟୀ ପଞ୍ଜିକୃତ ଘରୋଇ ସ୍ବାସ୍ଥ୍ୟନୁଷ୍ଠାନଗୁଡ଼ିକ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ସତ୍ୟପାଠ ବିନା ସଂପୃକ୍ତ ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ମନା କରାଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ଶେଷ ହେବାପୂର୍ବରୁ ପାଠ ଛାଡ଼ିବେ ସେମାନଙ୍କୁ ୧୦ଲକ୍ଷ ଟଙ୍କା କିମ୍ବା ଷ୍ଟାଇପେଣ୍ଡ ବା ଦରମା ଆକାରରେ ମିଳିଥିବା ଅର୍ଥକୁ ଦେବାକୁ ପଡ଼ିବ ।

ଯଦି ଜରିମାନା ଅର୍ଥ ପ୍ରଦାନ ନ କରନ୍ତି, ତାହେଲେ ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭରି ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡାକ୍ତରଙ୍କ ପ୍ରତି ରାଜ୍ୟ ସରକାରଙ୍କ କଠୋର ମନୋଭାବ ନାହିଁ। ଦୁଇ ବର୍ଷ ବଣ୍ଡ ଆଗରୁ ଥିଲା। ଅନ୍ୟ ରାଜ୍ୟରେ ଏହା ୧୦ ବର୍ଷ ଯାଏ ଅଛି। ତେବେ ଖୁବ ଶୀଘ୍ର ଘରୋଇ ମେଡିକାଲ କଲେଜ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ ବୋଲି ଡିଏମଇଟି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.