ପାଠ ପଢ଼ିବାକୁ ଛାଡି ଦେଇଗଲା ମାଆ, ସ୍କୁଲରୁ ଅପହରଣ ହେଲେ ଦୁଇ ପିଲା
ହେଲେ ସ୍କୁଲରୁ ପିଲା ଦୁଇଜଣ କେଉଁଆଡେ ହୋଇଗଲେ ଉଭାନ୍ । ପଚାରି ପଚାରି ବୁଝୁ ବୁଝୁ ଜଣାପଡିଲା ପିଲା ଦୁଇଙ୍କ ମଉସା ନେଇଯାଇଛନ୍ତି ଛୁଆଙ୍କୁ ।

ସୋର (କେନ୍ୟୁଜ) : ସ୍କୁଲରୁ ଅପହରଣ ହେଲେ ଦୁଇ ପୁଅ । ପାଠ ପଢ଼ିବାକୁ ଛାଡି ଦେଇଗଲା ମାଆ । ହେଲେ ସ୍କୁଲରୁ ପିଲା ଦୁଇଜଣ କେଉଁଆଡେ ହୋଇଗଲେ ଉଭାନ୍ । ପଚାରି ପଚାରି ବୁଝୁ ବୁଝୁ ଜଣାପଡିଲା ପିଲା ଦୁଇଙ୍କ ମଉସା ନେଇଯାଇଛନ୍ତି ଛୁଆଙ୍କୁ । ହଁ ଆଜ୍ଞା ଏପରି ଅଭିିଯୋଗ ଆଣିଛନ୍ତି ପରିବାର ଲୋକେ ।
ପାରିବାରିକ ଶତ୍ରୁତାକୁ ନେଇ ସ୍କୁଲ୍ରୁ ଦୁଇଜଣ ଛାତ୍ରଛାତ୍ରୀଙ୍କୁ ସମ୍ପର୍କୀୟ ମଉସା ଅପହରଣ କରିଥିବା ସୋର ଥାନାରେ ଅଭିଯୋଗ ହୋଇଥିଲା । ଆଉ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଏଇଆଇଆର ଦେବାର ୧୪ ଘଣ୍ଟା ପରେ ପିଲା ଦୁଇଜଣ ଉଦ୍ଧାର ହୋଇଥିବା ଜଣାପଡ଼ିଛି।
ସୋର ଥାନା ସରଶଙ୍ଖ ଗାଁର ସାଗରିକା ସାମଲ ଗତକାଲି ସକାଳେ ତାଙ୍କର ୬ ବର୍ଷର ପୁଅ ଓ ୧୧ ବର୍ଷର ଝିଅଙ୍କୁ ନେଇ କଲେଜ ଛକ ନିକଟସ୍ଥ ସ୍କୁଲରେ ଛାଡ଼ିଥିଲେ। ମଧ୍ୟାହ୍ନ ସମୟରେ ସାଗରିକାଙ୍କ ଭଉଣୀଙ୍କ ସ୍ଵାମୀ ବେଲଦା ଗାଁର ବଂଶୀଧର ମହାନ୍ତି ସ୍କୁଲ୍ରୁ ନେଇଯାଇଥିବା ସାଗରିକା ଖବର ପାଇବା ପରେ ତୁରନ୍ତ ସୋର ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗକ୍ରମେ ପୁଲିସ ୭୨/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ବଂଶୀଧରଙ୍କୁ ଧରିବା ପରେ ସୋର ଠାରୁ ୩୦ କିଲୋମିଟର ଦୂର ଖଇରା ଥାନା କୁପାରୀ ଠାରୁ ଉଦ୍ଧାର କରିଥିଲା ସୋର ପୋଲିସ । ପିଲା ଦୁଇଟି ରାତିରେ ପ୍ରବଳ ଶୀତରେ ଥରୁଥିବା ବେଳେ ନିଛାଟିଆ ରାସ୍ତାରୁ ପୋଲିସ ଉଦ୍ଧାର କରିଥିଲା । ପିଲାଙ୍କ ପରିବାର ଲୋକଙ୍କୁ ପୋଲିସ ବିଳମ୍ବିତ ରାତିରେ ଶିଶୁ ଦୁଇଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ବଂଶୀଧରଙ୍କୁ ଥାନାରେ ରଖି ପଚରାଉଚରା ଜାରି ରଖିଛି ।
ତେବେ କହିରଖିବାକୁ ଚାହିଁବୁ ଯେ ସାଗରିକାଙ୍କସହିତ ବଂଶୀଧରଙ୍କର କୌଣସି କାରଣକୁ ନେଇ ଝଗଡ଼ା ହୋଇଥିବାରୁ ବଂଶୀଧର ରାଗରେ ଏପରି କରିଥିବା କୁହାଯାଉଛି। ତେବେ ୧୪ଘଣ୍ଟା ପରେ ଉଦ୍ଧାର ପୋଲିସ ପିଲାମାନଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ଅଟକ ରଖିଥିଲା । ମଉସା ପିଲା ଦୁଇ ଜଣଙ୍କୁ ଘରକୁ ନେଇଯିବେ କହି ସ୍କୁଲ୍ରୁ ଆଣିବା ପରେ କୁପାରୀ ନିକଟସ୍ଥ ଏକ ପେଟ୍ରୋଲ୍ ପମ୍ପରେ ଛାଡ଼ି ଦେଇଥିଲେ । ତେବେ ମଉସା ବଂଶୀଧରଙ୍କର କୌଣସି ପ୍ରତିକ୍ରୀୟା ମିଳିପାରିନି ।