Below header

ଗିରଫ ହେଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର

ପାଟଣାଗଡ଼(କେନ୍ୟୁଜ୍): ମହଙ୍ଗା ପଡ଼ିଲା ଜେଇଙ୍କୁ ସର୍ବସାଧାରଣରେ ଉଠବସ କରିବା ଘଟଣା। ଗିରଫ ହେଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର। ଗିରଫ ପରେ ହାଜର ପାଇଁ ତାଙ୍କୁ ପାଟଣାଗଡ଼ ଏଡିଜେଏମଙ୍କ ବାସଭବନକୁ ନିଆଯାଇଛି। ଆଜି ପ୍ରତ୍ୟୁଷରୁ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ବିଧାୟକଙ୍କୁ ଜେରା କରାଯିବା ପରେ ପାଟଣାଗଡ଼ ଥାନାକୁ ଅଣାଯାଇଥିଲା। ବଲାଙ୍ଗିର ଏସ୍‌ପି ମଧ୍ୟ ପାଟଣାଗଡ଼ ଥାନାରେ ପହଞ୍ଚିଥିଲେ । ପାଟଣାଗଡ଼ ଜେଇଙ୍କୁ ଉଠ୍‌ ବସ୍‌ ଘଟଣାରେ ବରିଷ୍ଠ ପୋଲିସ ଅଧିକାରୀ ବିଧାୟକଙ୍କୁ ଜେରା କରିବା ପରେ ତାଙ୍କୁ ଗିରଫ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପାଟଣାଗଡ଼ରେ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ନିମ୍ନମାନର ରାସ୍ତା କାମ ଅଭିଯୋଗରେ ପାଟଣାଗଡ଼ ବିଧାୟକ ସରୋଜ ମେହେର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ରାସ୍ତା ଉପରେ ଉଠ୍‌ ବସ୍‌ କରାଇବାର ଭିଜୁଆଲ୍‌ ଭାଇରାଲ୍‌ ହୋଇଥିଲା । ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆସନ୍ତା ୨୬ ତାରିଖରେ ବିଧାନସଭା ଘେରାଉ କରିବାକୁ ଧମକ ଦେଇଛି ଜିଲ୍ଲା ଆଦିବାସୀ ସଂଘ । ଏହା ପୂର୍ବରୁ ଜିଲ୍ଲା ଆଦିବାସୀ ସଂଘ ଜିଲ୍ଲାପାଳଙ୍କ ଅଫିସ୍‌ ବି ଘେରାଉ କରିଥିଲା । ବିଧାୟକଙ୍କୁ ଗିରଫ ଦାବିରେ ଜିଲ୍ଲା ଡିପ୍ଲୋମା ଇଞ୍ଜିନିୟର ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.