ଲୁଚକାଳି ଖେଳୁଛି ମୌସୁମୀ, ୨ ଦିନ ବର୍ଷା ପରେ ଦୁର୍ବଳ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶା ଛୁଇଁବା ପରେ ଦୁର୍ବଳ ହୋଇଛି ମୌସୁମୀ। ଦୁଇ ଦିନ ଧରି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ପରେ ଦୁର୍ବଳ ହୋଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଫଳରେ ବର୍ଷା କମିଯାଇଛି। ଆସନ୍ତା ସପ୍ତାହେ ଧରି ଏଭଳି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଛତିଶଗଡ଼ ଓ ତାର ଆଖପାଖ ଅ଼ଞ୍ଚଳରେ ରହିଛି। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ତେବେ ଜୁଲାଇ ପ୍ରଥମ ସପ୍ତାହରେ ପାଗରେ ପରିବର୍ତ୍ତନ ଆସିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.