Below header

ଏଥିର ଖଜଣା ଦେବା ହୋଇଯିବ ସହଜ, ‘ପାଉତି’ ଆପ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍): ‘ପାଉତି’ ଆପ ଉନ୍ମୋଚିତ । ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏଥିରେ ଲୋକମାନେ ନିଜ ଜମି ପାଇଁ ଖଜଣା ଦେଇପାରିବେ । ଜାତିଗତ, ବାସିନ୍ଦା, ଆୟ ଆଦି ପ୍ରମାଣପତ୍ର ପାଇଁ ଯେ କୌଣସି ସ୍ଥାନରୁ ଅନଲାଇନ ମାଧ୍ୟମରେ ଜନସାଧାରଣ ଆବେଦନ କରିପାରିବେ । ଆବେଦନକାରୀ ଯେ କୌଣସି ତହସିଲ ପାଇଁ ଯେକୌଣସି ଜନସେବା କେନ୍ଦ୍ରରୁ ଅନଲାଇନରେ ଆବେଦନର ସୁବିଧା ରହିଛି । ସାଧାରଣ ଲୋକଙ୍କୁ ଜାତିଗତ ଓ ବିବିଧ ପ୍ରମାଣପତ୍ର ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ସରକାରୀ ଚାକିରିଆଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ସରକାରୀ ସୁବିଧା ପାଇଁ ଲିଗାଲ ହେୟାର ସାର୍ଟିଫିକେଟର ଦରକାର ପଡ଼ିବ ନାହିଁ । ଉଦଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବଙ୍କ ସହିତ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.