ବରଫ ଚାଦରରେ ଘୋଡ଼େଇ ହେଲା ନାଗାଲାଣ୍ଡ, ଦେଖନ୍ତୁ ଦୁର୍ଲ୍ଲଭ ଦୃଶ୍ୟ

ସାରା ଭାରତରେ ଏବେ ଶୀତର ଲହରୀ ଜାରି ରହିଛି। ଥଣ୍ଡା ଏତେ ମାତ୍ରାରେ ବଢ଼ିଯାଇଛି ଯେ ଶୀତ ପୋଷାକ ବିନା ଘରୁ ବାହାରିବା ଏକ ପ୍ରକାରର ଅସମ୍ଭବ ହୋଇଯାଇଛି କହିଲେ ଚଳେ। ତେବେ ଚଳିତ ଶୀତ ଋତୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଉତ୍ତର ଭାରତର ରାଜ୍ୟ ନାଗାଲାଣ୍ଡରେ ଦୀର୍ଘ ବର୍ଷ ପରେ ବରଫପାତ ହୋଇଛି। ଏହି ଦୁର୍ଲ୍ଲଭ ଘଟଣାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ରାଜ୍ୟର ଜୁହ୍ନବୋତୋ ଜିଲ୍ଲାର ସୁରହୋତୋ ନିର୍ବାଚନ କ୍ଷେତ୍ରର ବିଧାୟକ ଏଚ୍‌ ଖେହୋବୀ ନାଗାଲାଣ୍ଡର ବରଫପାତର ଫଟୋ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି ଦୀର୍ଘ ୩୭ ବର୍ଷ ପରେ ରାଜ୍ୟବାସୀ ଏଭଳି ସ୍ନୋ ଫଲ ଅନୁଭବ କରୁଛନ୍ତି। ଏହା ଭଗବାନଙ୍କ ଆଶୀର୍ବାଦ ବୋଲି ସେ ଟ୍ଵିଟ୍‌ କରିଛନ୍ତି।

ପୂର୍ବୋତ୍ତର କ୍ଷେତ୍ରର ଅରୁଣାଚଳ ପ୍ରଦେଶ, ପୂର୍ବ ଆସାମ, ନାଗାଲାଣ୍ଡର କିଛି ଅଞ୍ଚଳରେ ବର୍ଷା ହେବା ଆଶଙ୍କା ରହିଛି।

ବୈଜ୍ଞାନିକଙ୍କ କହିବାନୁସାରେ ଜଳବାୟୁରେ ପରିବର୍ତ୍ତନ ଯୋଗୁ ଭାରତର କେତେକ ସ୍ଥାନରେ ତାପମାତ୍ରା ପ୍ରଭାବିତ ହୋଇଛି। ଏଣୁ ଏଭଳି ବରଫପାତ ହୋଇଥିବା ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.