Below header

ଗତକାଲି ବାଣୀବିହାରରେ ଛାତ ଉପରକୁ ଚଢ଼ି ଆତ୍ମହତ୍ୟା ଧମକ ଦେଇଥିଲେ ସୁବୋଧ, ଆଜି ପୁଣି ଏସବିବିରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି

କଟକ(କେନ୍ୟୁଜ୍):  ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାରରେ ଲାଇବ୍ରେରୀ କୋଠା ଛାତ ଉପରକୁ ଚଢ଼ି ଆତ୍ମହତ୍ୟା ଧମକ ଦେଇଥିବା ସୁବୋଧ ବାରିକ ଏବେ ଏସବିବିରେ ଚିକିତ୍ସିତ ହୋଉଛନ୍ତି । ତାଙ୍କୁ ମାନସିକ ରୋଗ ୱାର୍ଡରେ ରଖାଯାଇଛି । ଆଜି ସକାଳୁ ପୁଣି ଗାମୁଛାରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସୁବୋଧଙ୍କ ଘର ପଟ୍ଟାମୁଣ୍ଡାଇର ପ୍ରହରାଜପୁର ଗାଁରେ । ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇ ସୁବୋଧଙ୍କ ବାପା ଓ ଗ୍ରାମବାସୀ ଅଗ୍ନିଶମ ବାହିନୀ, ରାଜ୍ୟ ସରକାରଙ୍କୁ ବେଶ ପ୍ରଶଂସା କରିଛନ୍ତି । ଅନ୍ୟପଟେ ଆଳି ବ୍ଲକ ଅନ୍ତର୍ଗତ ମହୁ ପୋଷ୍ଟ ଅଫିସର ପୋଷ୍ଟମାଷ୍ଟର କହିଛନ୍ତି, ସୁବୋଧ ଜଣେ ମାନସିକ ବିକୃତି ଥିଲା । ଏଥିପାଇଁ ପୋଷ୍ଟ ରନର ଚାକିରୀରୁ ତାଙ୍କୁ ବରଖାସ୍ତ କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.