କାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା
କାଲି ଠାରୁ ଆରମ୍ଭ ହେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ପରୀକ୍ଷା । କଳା, ବାଣିଜ୍ୟ ଓ ବିଜ୍ଞାନ ସହ ଧନ୍ଦାମୂଳକ ପାଠ୍ୟକ୍ରମରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ମୋଟ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।
ଭୁବନେଶ୍ୱର (କେନ୍ୟୁଜ): କାଲି ଠାରୁ ଆରମ୍ଭ ହେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ପରୀକ୍ଷା । କଳା, ବାଣିଜ୍ୟ ଓ ବିଜ୍ଞାନ ସହ ଧନ୍ଦାମୂଳକ ପାଠ୍ୟକ୍ରମରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ମୋଟ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ରେଗୁଲାରରେ ୩ ଲକ୍ଷ ୬୦ ହଜାର ୧୯୮ଜଣ ଏବଂ ଏକ୍ସ ରେଗୁଲାରରେ ୨୬ ହଜାର ୫୨ ଜଣ ପରୀକ୍ଷାର୍ଥୀ ରହିଛନ୍ତି।
ଏମାନଙ୍କ ମଧ୍ୟରେ ୧ ଲକ୍ଷ ୮୬ ହଜାର ୮୮୯ ଜଣ ପୁଅ ପରୀକ୍ଷା ଦେଉଥିବା ବେଳେ ଝିଅଙ୍କ ସଂଖ୍ୟା ୧ ଲକ୍ଷ ୯୯ ହଜାର ୩୬୧ ରହିଛି। କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୭୯୧ ଜଣ ପରୀକ୍ଷା ଦେବେ। ଯୁକ୍ତ ଦୁଇ ପରୀକ୍ଷା ଫେବୃଆରୀ ୧୬ରୁ ମାର୍ଚ୍ଚ ୨୦ ଯାଏ ଚାଲିବ। ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେବେ ବିଜ୍ଞାନ ବିଭାଗ ଛାତ୍ର ଛାତ୍ରୀ।