Below header

ରକୁଲ ଓ ଜ୍ୟାକିଙ୍କ ପରେ ବର୍ତ୍ତମାନ ବିବାହ କରିବେ ବଲିଉଡର ଏହି କପଲ୍‌ , ଭାଲେଣ୍ଟାଇନ୍ସ ଡେ’ରେ ଫ୍ୟାନ୍ସଙ୍କୁ ଦେଲେ ଖୁସି ଖବର

ଲଭବର୍ଡସ୍ ପୁଲକିତ ଏବଂ କ୍ରିତି ସେମାନଙ୍କ ପରିବାର ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ଏକ ରୋକା ସମାରୋହ କରିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ସେୟାର କରିଥିଲେ । ସେମାନଙ୍କ ନିର୍ବନ୍ଧ ପରଠାରୁ ଫ୍ୟାନ୍ସ ସେମାନଙ୍କ ବିବାହକୁ ନେଇ ଉତ୍ସାହିତ ଅଛନ୍ତି ।

ବଲିଉଡର ଲୋକପ୍ରିୟ କପଲ୍‌ ପୁଲକିତ ସମ୍ରାଟ ଏବଂ କ୍ରିତି ଖରବନ୍ଦା ପ୍ରାୟ ୫ବର୍ଷ ଡେଟିଂ କରିବା ପରେ, ଏହି କିଛି ଦିନ ପୂର୍ବରୁ ନିର୍ବନ୍ଧ କରିଛନ୍ତି । ତେବେ ଲଭବର୍ଡସ୍ ପୁଲକିତ ଏବଂ କ୍ରିତି ସେମାନଙ୍କ ପରିବାର ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ଏକ ରୋକା ସମାରୋହ କରିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ସେୟାର କରିଥିଲେ । ସେମାନଙ୍କ ନିର୍ବନ୍ଧ ପରଠାରୁ ଫ୍ୟାନ୍ସ ସେମାନଙ୍କ ବିବାହକୁ ନେଇ ଉତ୍ସାହିତ ଅଛନ୍ତି । ଏହି ସମୟ ମଧ୍ୟରେ ଏହି ଦମ୍ପତି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜ ବିବାହର ଡେଟ୍‌ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରିଛନ୍ତି । ସେ କେବେ ବିବାହ କରିବେ ସେ ସମସ୍ତଙ୍କୁ କହିଛନ୍ତି ।

ବାସ୍ତବରେ ଭାଲେଣ୍ଟାଇନ୍ ଡେ ରେ କ୍ରିତି ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଥିଲେ । ଏହି ପୋଷ୍ଟରେ କ୍ରିତି ପୁଲକିତଙ୍କ ହାତ ଧରିଥିବାର ନଜର ଆସିଛନ୍ତି । ଏହି ଫଟୋ ସେୟାର କରିବାବେଳେ କ୍ରିତି କ୍ୟାପସନରେ ଲେଖିଛନ୍ତି, ‘ଲେଟ୍‌ସ ମାର୍ଚ୍ଚ ଟୁଗେଦର ହ୍ୟାଣ୍ଡ ଇନ୍‌ ହ୍ୟାଣ୍ଡ’ ।

 

View this post on Instagram

 

A post shared by Kriti Kharbanda (@kriti.kharbanda)

ଏଥି ସହିତ କ୍ରିତିଙ୍କ ପୋଷ୍ଟ ପରେ ପୁଲକିତ ମଧ୍ୟ ଇନଷ୍ଟାଗ୍ରାମରେ କ୍ରିତିଙ୍କ ସହ ଏକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ପୁଲକିତ ଏକ ସୁନ୍ଦର କ୍ୟାପସନ୍ ଲେଖିଥିଲେ । ତେବେ ପୁଲକିତ ଲେଖିଛନ୍ତି, ‘ଆଇ ଡୁ, ଆଇ ଡୁ, ଆଇ ଲଭ୍‌ ୟୁ…’ ଉଭୟଙ୍କର ଏହି ଫଟୋ ଏବଂ ସେମାନଙ୍କ କ୍ୟାପସନରୁ ଏହା ଅନୁମାନ କରାଯାଉଛି ଯେ ମାର୍ଚ୍ଚରେ ଏହି ଦମ୍ପତି ବିବାହ କରିପାରନ୍ତି ।

ତାହେଲେ ଆସନ୍ତୁ ଜାଣିବା ଯେ ଏହି ଦମ୍ପତିଙ୍କ ଲଭ୍‌ ଷ୍ଟୋରି ଫିଲ୍ମ ‘ପାଗଲପାଣ୍ଟି’ର ସେଟରୁ ଆରମ୍ଭ ହୋଇଥିଲା । କୁହାଯାଏ ଯେ ଦୁହେଁ ପ୍ରଥମ ଥର ପାଇଁ ଏଠାରେ ଭେଟିଥିଲେ ଏବଂ କିଛି ସମୟ ପରେ ସେମାନେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ । ଏହି ଫିଲ୍ମର ପ୍ରମୋସନ ସମୟରେ ଅଭିନେତ୍ରୀ ଏହି ସମ୍ପର୍କକୁ ନିଶ୍ଚିତ କରିଥିଲେ । ଯଦି ଉଭୟଙ୍କ କାମ ବିଷୟରେ କଥା ହେବା, ତାହେଲେ ପୁଲକିତ ସମ୍ରାଟଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଫୁକ୍‌ରେ ୩’ରେ ଦେଖିବାକୁ ମିଳିଥିଲେ । କ୍ରିତି ଖରବନ୍ଦାଙ୍କ କାମ ବିଷୟରେ କହିବାକୁ ଗଲେ ସେ ଖୁବ୍ ଶୀଘ୍ର ଅଭିନେତା ସନ୍ନି ସିଂଙ୍କ ସହ ଫିଲ୍ମ ‘ରିସ୍କି ରୋମିଓ’ରେ ନଜର ଆସିବେ ।

 

View this post on Instagram

 

A post shared by Pulkit Samrat (@pulkitsamrat)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.