କାଲିଫର୍ଣ୍ଣିଆରେ ଭାରତୀୟ ପରିବାରକୁ ହତ୍ୟା, ବେଡରୁମରୁ ମିଳିଲା ସ୍ୱାମୀ-ସ୍ତ୍ରୀ ଓ ଦୁଇ ଯାଆଁଳା ପିଲା ମୃତଦେହ

ଆମେରିକାର କାଲିଫର୍ଣ୍ଣିଆରେ ଏକ ଭାରତୀୟ ପରିବାରକୁ ହତ୍ୟା କରାଯାଇଛି । ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏକ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୂରା ପରିବାରର ମୃତଦେହ ମିଳିଛି ।

ଭାରତୀୟଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି ଆମେରିକା । ଏଠାରେ ଭାରତୀୟମାନେ ହତ୍ୟାର ଶିକାର ହେଉଛନ୍ତି । ଆମେରିକାର କାଲିଫର୍ଣ୍ଣିଆରେ ଏକ ଭାରତୀୟ ପରିବାରକୁ ହତ୍ୟା କରାଯାଇଛି । ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏକ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୂରା ପରିବାରର ମୃତଦେହ ମିଳିଛି । ମୃତଦେହ  ଗୁଳି ମାଡ ଚିହ୍ନ ରହିଛି । ମୃତକଙ୍କ ମଧ୍ୟରେ ସ୍ୱାମୀ ସ୍ତ୍ରୀଙ୍କ ସହିତ ଦୁଇ ଯାଆଳାଁ ଶିଶୁ ରହିଛନ୍ତି ।

ଖବର ମୁତାବକ, ମୃତକଙ୍କ ମଧ୍ୟରେ କେରଳର ଗୋଟିଏ ପରିବାରର ୪ ଜଣ ଅଛନ୍ତି । ୪୨ ବର୍ଷୀୟ ଆନନ୍ଦ ସୁଜିନ ହେନରୀ, ତାଙ୍କ ୪୦ ବର୍ଷୀୟ ପତ୍ନୀ ଏଲିସ ପ୍ରିୟଙ୍କା ଓ ୪ ବର୍ଷର ଯାଆଳାଁ ପୁଅ ନୁହ ଓ ନିଥନ ରହିଛନ୍ତି । ହତ୍ୟା ନା ଆତ୍ମହତ୍ୟା ସେନେଇ ପୋଲିସ ସନ୍ଦେହ କରୁଛି । ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ଫେବୃଆରୀ ୧୩ ତାରିଖ ଦିନ ପରିବାରର ଜଣେ ସମ୍ପର୍କୀୟ ତାଙ୍କ ଘରକୁ ଫୋନ୍ କରିଥିଲେ । ତେବେ ବାରମ୍ବାର ଫୋନ୍ ରିଙ୍ଗ ହେଉଥିଲେ ସୁଦ୍ଧା କେହି ଉଠାଇ ନଥିଲେ। ସ୍ଥାନୀୟ ଲୋକେ ତାଙ୍କୁ କିଛିଦିନ ହେବ ଦେଖି ମଧ୍ୟ ନଥିଲେ । ଏ ନେଇ ପୋଲିସକୁ ସମ୍ପର୍କୀୟ ଜଣକ ଖବର ଦେଇଥିଲେ । ପୋଲିସ ଆସି ସନ୍ଧାନ କରିବା ପରେ ଘରୁ ୪ଟି ମୃତଦେହ ପାଇଥିଲା ।

ତେବେ ହତ୍ୟା ମାମଲାରେ ପୋଲିସକୁ ବ୍ୟକ୍ତି ଏବଂ ମହିଳାଙ୍କ ମୃତଦେହ ବାଥରୁମରେ ମିଳିଥିଲା । ତେବେ ପୋଲିସ ଏହି ମାମଲାର ପ୍ରକୃତ ସତ୍ୟ ବ୍ୟବଚ୍ଛେଦ ପରେ ଜାଣିପାରିବ ବୋଲି କହିଛି ।

ଆନନ୍ଦ ଓ ଏଲିସ ଦୁହେଁ ଆଇଟି ସେକ୍ଟରରେ କାମ କରୁଥିଲେ। ଗତ ୯ ବର୍ଷ ହେଲା ସେ ଆମେରିକାରେ ରହୁଥିଲେ। ଏହି ଦମ୍ପତି ୨୦୨୦ରେ ୧୭ କୋଟି ୪୨ ଲକ୍ଷର ଏହି ବଙ୍ଗଳା କିଣିଥିଲେ । କୋର୍ଟ ରେକର୍ଡ ଅନୁଯାୟୀ ଆନନ୍ଦ ଡିସେମ୍ବର ୨୦୧୬ରେ ଛାଡପତ୍ର ପାଇଁ ଆବେଦନ କରିଥିଲେ, କିନ୍ତୁ କୋର୍ଟରେ ଏହି ମାମଲାର ଶୁଣାଣି ହୋଇପାରି ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.