Below header

ଅଭିନବ ଉପାୟରେ ଚାଷ କରୁଛନ୍ତି ଜୟନ୍ତ, ତେଲ ଲୁଣର ସଂସାର ଚଳାଇବା ପାଇଁ କରୁଛନ୍ତି ସଂଘର୍ଷ

ପରିବାର ଆର୍ଥିକ ଅନଟନ ମଧ୍ୟରେ ଚାଲିଛି ଜୟନ୍ତଙ୍କ ତେଲ ଲୁଣର ସଂସାର । ତେବେ ପରିବାର ଚଳାଇବା ପାଇଁ ବିଭିନ୍ନ ପ୍ରକାର ପରିବା ଚାଷ କରୁଛନ୍ତି ଜୟନ୍ତ । ଗାଁ ନିକଟସ୍ଥ ନିଜ ଜମିରେ ବନ୍ଧା କୋବି, ଫୁଲ କୋବି, ଟମାଟୋ, ପିଆଜ, ଗ୍ରୀନ ମଟର ଓ ମକା ଚାଷ କରିଛନ୍ତି ଜୟନ୍ତ ।

ଝରଣା ପାଣିରେ ଚାଷ କରୁଛନ୍ତି ଜଣେ ଚାଷୀ । ତାଙ୍କର ଅଭିନବ ଉପାୟରେ ଚାଷ ସମସ୍ତଙ୍କୁ ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଜଳ ସେଚନର ଭଲ ସୁବିଧା ନଥିବାରୁ ଝରଣା ପାଣି ଉପରେ ନିର୍ଭର କରିଛନ୍ତି । ଆଉ ଫସଲରେ ଫଳାଉଛନ୍ତି ବିଭିନ୍ନ ପ୍ରକାର ପରିବା । ଚାଷ ଓ ଚାଷୀର ବିକାସ ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି । ତେବେ ସରକାରଙ୍କ ଅନୁଦାନକୁ ଅପେକ୍ଷା ନକରି ନିଜସ୍ଵ ଉଦ୍ୟମରେ ପରିବା ଚାଷ କରି ସ୍ବାବଲମ୍ବୀ ହୋଇଥାନ୍ତି ଅନେକ ଚାଷୀ । ଏଭଳି ଉଦ୍ୟମ କରି ଜଣେ ସଫଳ ଚାଷୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଘୋଡ଼ାକୋଣ ଗାଁର ଜୟନ୍ତ ରାଇକା ।

ନୂଆଗଡ ବ୍ଲକ ଆତରସିଂ ପଞ୍ଚାୟତର ଘୋଡ଼ାକୋଣ ଗାଁର ମଧ୍ୟଭାଗରେ ଅଛି ଗରିବ ଆଦିବାସୀ ଜୟନ୍ତ ରାଇକାଙ୍କ ଝାଟିମାଟିର ଘର । ଜୟନ୍ତଙ୍କ ପରିବାର କହିଲେ ପତ୍ନୀ, ୩ ଝିଅ ଓ ଦୁଇ ପୁଅ । ଗାଁରେ ରୋଜଗାର ନଥିବା ଯୋଗୁଁ ଦୁଇ ପୁଅ ଦାଦନ ଖଟିବାକୁ ଯାଇଛନ୍ତି ତାମିଲନାଡୁ । ତିନି ଝିଅ ବାପା ମା’ ଙ୍କ ପାଖରେ ରହି ପାଠ ପଢୁଛନ୍ତି । ପରିବାର ଆର୍ଥିକ ଅନଟନ ମଧ୍ୟରେ ଚାଲିଛି ଜୟନ୍ତଙ୍କ ତେଲ ଲୁଣର ସଂସାର । ତେବେ ପରିବାର ଚଳାଇବା ପାଇଁ ବିଭିନ୍ନ ପ୍ରକାର ପରିବା ଚାଷ କରୁଛନ୍ତି ଜୟନ୍ତ । ଗାଁ ନିକଟସ୍ଥ ନିଜ ଜମିରେ ବନ୍ଧା କୋବି, ଫୁଲ କୋବି, ଟମାଟୋ, ପିଆଜ, ଗ୍ରୀନ ମଟର ଓ ମକା ଚାଷ କରିଛନ୍ତି ଜୟନ୍ତ । ନିଜସ୍ୱ ଉଦ୍ୟମରେ ସେ ଏହି ପରିବା ଚାଷ କରିଥିବା ବେଳେ ସରକାରୀ ସହାୟତା ମିଳିନଥିବା କହିଛନ୍ତି । କେବଳ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ତାଙ୍କୁ ପରିବା ଚାଷ ପାଇଁ ତାଲିମ ମିଳିଥିବା ବେଳେ ବିହନ, ସାର ନିକଟସ୍ଥ ବଜାରରୁ କିଣି ଏହି ପରିବା ଚାଷ କରୁଛନ୍ତି ।

ପରିବା ଚାଷ ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ଆବଶ୍ୟକତା ପଡ଼ୁଥିବା ବେଳେ ସେଭଳି କୌଣସି ଜଳ ସେଚନର ବ୍ୟବସ୍ଥା ନାହିଁ । ପାହାଡ ଉପରୁ ଝରି ଆସୁଥିବା ଝରଣା ପାଣିରେ ପରିବା ଚାଷ କରୁଛନ୍ତି । ପରିବା ଚାଷ କରି ଜୟନ୍ତ ନିଜ ପରିବାର ଚଳାଉଛନ୍ତି । ସରକାରଙ୍କ ପକ୍ଷରୁ ଜଳ ସେଚନ ସୁବିଧା ସହ ବିହନ, ସାର ସହାୟତା ମିଳିଲେ ଜୟନ୍ତ ଭଲ ଚାଷ କରି ପାରିବେ ବୋଲି କହିଛନ୍ତି ଗ୍ରାମବାସୀ । ସେପଟେ ଜୟନ୍ତକୁ ପରିବା ଚାଷ ସହ ମହୁ ଚାଷ ପାଇଁ ଗଜପତି ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ତାଲିମ ପ୍ରଦାନ କରାଯାଇଥିବା ବେଳେ ସେ ଜଣେ ଉଦ୍ୟୋଗୀ ଚାଷୀ ବୋଲି କହିଛନ୍ତି କୃଷି ବିଜ୍ଞାନ କେନ୍ଦ୍ର ଅଧିକାରୀ ।

ଚାଷ କରି ନିଜ ସହ ପରିବାରର ପେଟ ପୋଷୁଛନ୍ତି ଜୟନ୍ତ । ପରିବା ଚାଷ ଦ୍ଵାରା ସେ ସ୍ବାବଲମ୍ବୀ ହେବା ସହ ବର୍ଷକୁ ପ୍ରାୟ ୫୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ଯଦି ସରକାରୀ ସହାୟତା ମିଳନ୍ତା ସେ ଆହୁରି ଉନ୍ନତ ପ୍ରଣାଳୀରେ ପରିବା ଚାଷ କରିବା ନେଇ ଆଶା ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.