Below header

ପାର୍ବଣ ପୂର୍ବରୁ ଅଶାନ୍ତ କଟକ ସହର: ଦୁର୍ଦ୍ଦାନ୍ତ ଅପରାଧି ମନୋଜ ମହାରଣାକୁ ଏନ୍‌କାଉଣ୍ଟର

କଟକରେ ଫୁଟିଲା ଗୁଳି। କନ୍ଦରପୁର ଥାନା ମତ୍ତଗଜପୁର ଅଂଚଳ ଡକାୟତି ଘଟଣାରେ ମୁଖ୍ୟ ଅଭିଯୁକ୍ତ ମନୋଜ ମହାରଣାକୁ ଏନକାଉଣ୍ଟର । ଉତ୍ତମାପୁର ଅଞ୍ଚଳରେ ଏନକାଣ୍ଟର କରିଛି କମିଶନରେଟ୍ ପୋଲିସ।

କଟକ (କେନ୍ୟୁଜ): ପୂଜା ପୂର୍ବରୁ ଅଶାନ୍ତ କଟକ ସହର। ଫୁଟିଲା ଗୁଳି। କନ୍ଦରପୁର ଥାନା ମତ୍ତଗଜପୁର ଅଂଚଳ ଡକାୟତି ଘଟଣାରେ ମୁଖ୍ୟ ଅଭିଯୁକ୍ତ ମନୋଜ ମହାରଣାକୁ ଏନକାଉଣ୍ଟର । ଉତ୍ତମାପୁର ଅଞ୍ଚଳରେ ଏନକାଣ୍ଟର କରିଛି କମିଶନରେଟ୍ ପୋଲିସ। ଅଭିଯୁକ୍ତ ମନୋଜର ବାମ ଗୋଡ଼ରେ ଗୁଳି ବାଜିଛି।

ଗୁରୁତର ଅବସ୍ଥାରେ ତାକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତା ନିକଟରୁ ଜବତ ହୋଇଛି ବନ୍ଧୁକ ଓ ଗୁଳି। ଉତ୍ତମାପୁର ଅଞ୍ଚଳରେ ଅପରାଧୀ ଯୋଜନା କରୁଥିବାବେଳେ ଚଢଉ କରିଥିଲା ପୋଲିସ। କନ୍ଦରପୁର ଥାନା ଆଇଆଇସି ଓ ତାଙ୍କ ଟିମ୍ ଅଭିଯୁକ୍ତକୁ ଧରିବା ପାଇଁ ଚଢଉ କରୁଥିବାବେଳେ ପୋଲିସ ଉପରକୁ ଗୁଳି ଚଳାଇଥିଲା ମନୋଜ ମହାରଣା। ପୂର୍ବରୁ ମନୋଜ ନାଁରେ ବହୁ ଅପରାଧିକ ମାମଲା ରହିଛି।। ମତ୍ତଗଜପୁର ଅଂଚଳ ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲା ମନୋଜ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.