Below header

ଚାଷୀଙ୍କ ଆଖି ସାମ୍ନାରେ ଛେଳିକୁ ଗିଳିଲା ୧୦ ଫୁଟିଆ ଅଜଗର

ଚାଷୀଙ୍କ ଆଖିସାମ୍ନାରେ ଛେଳିକୁ ଗିଳିଲା ଅଜଗର । ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ୍ ଢ଼ୋଲପୁର ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି ।

ବାଲେଶ୍ଵର (କେନ୍ୟୁଜ): ଚାଷୀଙ୍କ ଆଖିସାମ୍ନାରେ ଛେଳିକୁ ଗିଳିଲା ଅଜଗର । ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ୍ ଢ଼ୋଲପୁର ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି । ଗାଁର ରମାକାନ୍ତ ସିଂ ଛେଳି ଚରାଇବା ପାଇଁ ନିକଟରେ ଥିବା ଦେବଗିରି ପାହାଡ଼କୁ ଯାଇଥିଲେ। ଏତିକିବେଳେ ହଠାତ୍ ଏକ ୧୦ ଫୁଟ୍ ଲମ୍ବର ଅଜଗର ସାପ ତାଙ୍କର ଗୋଟିଏ ଛେଳିକୁ କାବୁ କରି ନେଇଥିଲା । ଛେଳିକୁ ଅଜଗରଟି ଗିଳୁଥିବା ଦେଖି ମଧ୍ୟ କିଛି କରିପାରିନଥିଲେ ରମାକାନ୍ତ। ଏକଥା ଦେଖି ଗାଁ ଲୋକଙ୍କୁ ଡାକିଥିଲେ ରମାକାନ୍ତ । ଗାଁ ଲୋକ ପହଞ୍ଚିବା ବେଳକୁ ଛେଳିକୁ ସମ୍ପୂର୍ଣ୍ଣ ଗିଳି ସାରିଥିଲା ଅଜଗର ।

ସ୍ଥାନୀୟ ଲୋକେ କୂଳଡିହା ବନ ବିଭାଗକୁ ଅବଗତ କରାଇବାରୁ ବନ କର୍ମଚାରୀ ସାପଟିକୁ ଉଦ୍ଧାର କରି କୂଳଡିହା ସଂରକ୍ଷିତ ଜଙ୍ଗଲରେ ଛାଡିଛନ୍ତି। ବନ ବିଭାଗ ପକ୍ଷରୁ କ୍ଷତି ପୂରଣ ଦାବି କରିଛନ୍ତି ଗରିବ ଚାଷୀ ଜଣକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.