Below header

ପୋଲିସ୍‌କୁ ପ୍ରଶ୍ନ କଲେ ସାଧାରଣ ଲୋକେ, ଟ୍ରାଫିକ୍‌ ଜାମ୍‌ ପାଇଁ କାହିଁକି ତାଗିଦ କରୁ ନାହାନ୍ତି ?

କଟକ (କେ ନ୍ୟୁଜ୍‌) : ଏବେ ଚାଲିଛି ଟ୍ରାଫିକ୍‌ କଟକଣାର ଋତୁ । ଟ୍ରାଫିକ୍‌ ନିୟମ ନମାନିଲେ ଲୋକଙ୍କୁ ଦେବାକୁ ପଡୁଛି ବଡ଼ ପରିମାଣର ଫାଇନ୍‌ । ତେବେ ଏସବୁ ଭିତରେ ଲୋକେ ନିଜର ଗାଡ଼ି କାଗଜପତ୍ରକୁ ନେଇ ସଚେତନ ହୋଇଛନ୍ତି । ତଥାପି ତା ଭିତରେ ଲୋକେ ମଧ୍ୟ ଟ୍ରାଫିକ୍‌ କର୍ମଚାରୀଙ୍କ ତ୍ରୁଟି ବାହାର କରିବାକୁ ପଛାଉ ନାହାନ୍ତି । ଯେମିତିକି କାଲି କଟକର ମଧୁପାଟଣା ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଥିଲା ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଥିଲା । ଏଠାରେ ଜାତୀୟ ରାଜପଥକୁ ଲାଗି ରହିଥିବା ଏକ ମଣ୍ଡପରେ ବାହାଘର ହେଉଥିଲା । ଫଳରେ ରାସ୍ତା ଜାମ୍‌ ହେବାରୁ ଲୋକେ ଯିବା ଆସିବା କରିବା କଷ୍ଟକର ହୋଇପଡ଼ିଲା । କେହି ଜଣେ ଫୋନ୍‌ କରି ମଧୁପାଟଣା ଥାନାକୁ ଏକଥା ଜଣାଇଲେ । ତେବେ ପୋଲିସ୍‌ ଆସି ଖାଲି ବୁଲାବୁଲି କରି ଚାଲିଗଲା ସିନା କୌଣସି ପଦକ୍ଷେପ ନେଲା ନାହିଁ । ଯାହାଫଳରେ ସେଠାରେ ସେହିଭଳି ଭିଡ଼ ଲାଗି ରହିଲା ଓ ପୋଲିସ୍‌ ସହ ଲୋକଙ୍କ ଯୁକ୍ତିତର୍କ ମଧ୍ୟ ହେଲା । କାହିଁକି ମଣ୍ଡପ ମାଲିକଙ୍କୁ ତାଗିଦ କରୁ ନାହାନ୍ତି ଏବଂ ବାରମ୍ବାର ଏଠାରେ ଏଭଳି ଭାବେ ଟ୍ରାଫିକ୍‌ ଜାମ୍‌ ହେଉଛି ବୋଲି ଲୋକେ ପ୍ରଶ୍ନ କରିଥିଲେ । ଯାହାର ଭିଡିଓ ପରେ ଭାଇରାଲ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.