ଆଜିଠୁ ଆରମ୍ଭ ନିର୍ମାଣ ଶ୍ରମିକ ସେବା ସପ୍ତାହ-୨୦୨୦, କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ନିର୍ମାଣ ଶ୍ରମିକ ସେବା ସପ୍ତାହ-୨୦୨୦ । ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ଊଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠୁ ଆରମ୍ଭ ହେଉଥିବା ନିର୍ମାଣ ଶ୍ରମିକ ସେବା ସପ୍ତାହ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଉପସ୍ଥିତ ନିର୍ମାଣ ଶ୍ରମିକଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରମିକଙ୍କ ତ୍ୟାଗ ଓ ଅକ୍ଳାନ୍ତ ପରିଶ୍ରମ ଯୋଗୁ ଓଡ଼ିଶା ଆଜି ନିର୍ମାଣ ଓ ବିକାଶ କ୍ଷେତ୍ରରେ ଦ୍ରୁତ ଗତିରେ ଆଗେଇ ଚାଲିଛି । ‘ଦେଶର ପ୍ରକୃତ ନିର୍ମାତା ଶ୍ରମିକ। ରାଷ୍ଟ୍ର ନିର୍ମାଣରେ ଶ୍ରମିକଙ୍କ ଅବଦାନ ରହିଛି। ‘ଆପଣମାନଙ୍କ ହକ୍‌ ପାଇଁ ମୋ ସରକାର କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗକୁ ଏହି ପ୍ରଚେଷ୍ଟା ଜାରି ରହିବ। ୨୨ହଜାର ନିର୍ମାଣ ଶ୍ରମିକଙ୍କୁ ପକ୍କା ଘର ଦିଆଯାଇଛି। ଶ୍ରମିକ ଭାଇ ଭଉଣୀଙ୍କ ସୁରକ୍ଷା ସରକାରଙ୍କ ଦାୟିତ୍ୱ। ଶ୍ରମିକ କଲ୍ୟାଣ ପାଇଁ ୧୫୦୦କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.