ଯାଜପୁର ଶିତଳେଶ୍ୱର କବାଡ଼ିଆଖାନାରୁ ଚୋରା ଗାଡି ଜବତ ଘଟଣା: ଚୋରର ଖୁଲାସା କଲା ପୋଲିସ

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁର ଶିତଳେଶ୍ୱର କବାଡ଼ିଆଖାନାରୁ ଚୋରା ଗାଡି ଜବତ ଘଟଣା ରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ବିରୋଧରେ ଯାଜପୁର ସମେତ ରାଜ୍ୟର ୯ ଟି ଥାନାରେ ମଧ୍ୟ ଅଭିଯୋଗ ରହିଛି। ଗିରଫ ଅଭିଯୁକ୍ତ ମାନେ ହେଲେ  କବାଡ଼ିଆଖାନାର ମାଲିକ ଯାଜପୁର ଅଞ୍ଚଳର ପିତାମ୍ବର ବେହେରା, କର୍ମଚାରୀ ସେକ ଇସଲାମ ଏବଂ ମାନସ ରଞ୍ଜନ ପାଲ।

jajpur1

ଅଭିଯୁକ୍ତ ମାନେ ଯାଜପୁର ରୁ ବିଭିନ୍ନ ଅଞ୍ଚଳକୁ ବସ ରେ ଯାଇ ଗାଡି ଲୁଟ କରି କବାଡ଼ିଆ ଖାନାରେ ଖଣ୍ଡ ଖଣ୍ଡ କରି କାଟି ବିକ୍ରି କରି ଦିଅନ୍ତି ବୋଲି ପୋଲିସ ତଦନ୍ତ ରୁ ଜଣାପଡିଛି। ତେବେ ଏହି ଘଟଣାରେ ବିଭିନ୍ନ ବ୍ୟକ୍ତି ଙ୍କୁ ପଚରାଉଚୁରା କରାଯିବା ସହିତ ବିଭିନ୍ନ ସ୍ଥାନ ରେ ଚଢ଼ାଉ ମଧ୍ୟ ଜାରି ରହିଛି। ୩ ଅଭିଯୁକ୍ତ ଙ୍କ ବିରୋଧ ରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୯ ରୁଜୁ କରାଯାଇ କୋର୍ଟ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସଡ଼ିପିଓ ସରୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.