Below header

ଜିକା ଭାଇରାସ : କାନପୁରରେ ଜିକା ତାଣ୍ଡବ, ୮୯ ସଂକ୍ରମିତ

ଲକ୍ଷ୍ନୌ : କରୋନା ପରେ ଜିକା ଭାଇରସ ଏବେ ମୁଣ୍ଡ ଟେକିଛି । ଉତ୍ତର ପ୍ରଦେଶ କାନପୁର ସହରରେ ଜିକା ଭାଇରସ ରୋଗୀ ସଂଖ୍ୟା ୮୯ ରେ ପହଞ୍ଚିଛି । କନୌଜ ସହରରେ ମଧ୍ୟ ଶନିବାର ୧୦ ନୂଆ ମାମଲା ଆସିଥିବା ଜଣାପଡ଼ିଛି । କାନପୁର ଚିଫ ମେଡିକାଲ ଅଫିସର କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଯାଞ୍ଚ ପାଇଁ ସାମ୍ପଲ ପଠାଯାଇଥିଲା ଯେଉଁଥିରେ ୧୦ ଜଣ ରୋଗୀଙ୍କୁ ଠାବ କରାଯାଇଥିଲା । ଏହା ପୂର୍ବରୁ କନୌଜରେ ମଧ୍ୟ କିଛି ଜିକା ଭାଇରସର ନୂଆ କେସ୍‌ ଦେଖିବାକୁ ମିଳିଥିଲା ।

କ’ଣ ଏହି ଜିକା ଭାଇରସ୍‌

ଜିକା ଭାଇରସ ମଶା ପାଇଁ ସଂକ୍ରମିତ ହୋଇଥାଏ । ଏହି ଭାଇରସ ଏଡିଜ ଏଜିପ୍ଟ ମଶା କାମୁଡିବା ଦ୍ୱାରା ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଏଡିଜି ମଶା ବିଶେଷ କରି ଦିନ ବେଳା କାଟିଥାନ୍ତି । ଏହି ମଶା ମଧ୍ୟ ଡେଙ୍ଗୁ ଓ ଚିକେନଗୁନିଆ ରୋଗ ସଂକ୍ରମିତ କରିଥାଏ । ଅଧିକାଂଶ ଲୋକଙ୍କ ମଧ୍ୟରେ ଜିକା ଭାଇରସ ସଂକ୍ରମଣ ଗମ୍ଭୀର ସମସ୍ୟା ଦେଖା ଦେଇନଥାଏ । କିନ୍ତୁ ଏହା ଗର୍ଭବତୀ ମହିଳାଙ୍କ ପାଇଁ ମାରାତ୍ମକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.